ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନୁଆଗଡ଼ ପଞ୍ଚାୟତର କମନ୍ ସର୍ଭିସ୍ ସେଣ୍ଟର (CSC)ରେ ଗ୍ରାମୀଣ ଇ-ଷ୍ଟୋର୍ ଆପ୍ ଉଦ୍‌ଘାଟିତ ହୋଇଛି। ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଶନିବାର ଏହି ଆପ୍‌କୁ ଉଦ୍‌ଘାଟନ କରିଛନ୍ତି।

ଗ୍ରାମାଞ୍ଚଳରେ ଉତ୍ପାଦିତ ଦ୍ରବ୍ୟ ଏହି ଆପ୍‌ରେ ସ୍ଥାନ ପାଇବ। ଫଳରେ ଗ୍ରାମାଞ୍ଚଳର କୃଷିଜାତ ଦ୍ରବ୍ୟକୁ ଚାଷୀମାନେ ସିଧାସଳଖ ଏହି ଆପ୍ ମାଧ୍ୟମରେ ବିକ୍ରି କରିପାରିବେ। ଏହାଛଡ଼ା ଗ୍ରାହକମାନେ ମଧ୍ୟ ବେଶ୍ ସୁବିଧାରେ ଓ କମ୍ ସମୟ ମଧ୍ୟରେ ନିଜ ମନ ପସନ୍ଦର ଜିନିଷ ପାଇପାରିବେ।

ଲୋକପ୍ରିୟ ଆପ୍ ଫ୍ଲିପ୍‌କାର୍ଟ ଓ ଆମାଜନ ଭଳି ଅନଲାଇନ୍‌ରେ ସେବା ଯୋଗାଇବ ଗ୍ରାମୀଣ ଇ ଷ୍ଟୋର୍ ଆପ୍। ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍‌ରେ ଏହି ଆପ୍‌ ଇନ୍‌ଷ୍ଟଲ୍ କରି ମନ ପସନ୍ଦର ଜିନିଷ ମଗେଇ ପାରିବେ।

ଗ୍ରାହକମାନଙ୍କୁ ଖୁବ୍ କମ ସମୟ ମଧ୍ୟରେ ଜିନିଷ ପହଞ୍ଚାଇବା ପାଇଁ ୫ ଜଣ ଡେଲିଭରି ବୟଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କମନ ସର୍ଭିସ୍ ସେଣ୍ଟରର ଜିଲ୍ଲା ମୁଖ୍ୟ ସୁନିଲ କୁମାର ସାହୁ କହିଛନ୍ତି।

Comment