ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେଲ୍‌ରୁ ମୁକ୍ତ କରିବା ଲାଗି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି। ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ଡିସେମ୍ବର ୪ ତାରିଖ ମଧ୍ୟରେ ଉଭୟ ରାଜ୍ୟ ସରକାର ଏବଂ ସିବିଆଇ ଲିଖିତ ଯୁକ୍ତି ଉପସ୍ଥାପନ କରିବା ଲାଗି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଲୋକଙ୍କଠାରୁ ଚିଟ୍‌ଫଣ୍ଡ ଜରିଆରେ କୋଟିକୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ସିବିଆଇ କୋର୍ଟ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ରାଜ୍ୟ ସରକାର ପ୍ରଦୀପ ସେଠୀଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି ମଧ୍ୟ କରିଥିଲେ।

ତେବେ ଧାର୍ଯ୍ୟ ସମୟ ଜେଲ୍‌ରେ କଟାଇ ସାରିଥିଲାବେଳେ ତାଙ୍କୁ ଜେଲରୁ ଛଡ଼ାଯାଉନାହିଁ ବୋଲି ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ ମାମଲା ପରିଚାଳନା କରୁଥିଲାବେଳେ ତାଙ୍କୁ ଏଥିରେ ଆଇନଜୀବୀ ଚନ୍ଦନା ମିଶ୍ର ସହଯୋଗ କରିଥିଲେ।

Comment