ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ। ଏହି ଅବସରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନ ସିଂହାସନରେ ରାଜ ରାଜେଶ୍ୱର ବେଶ ଧାରଣ କରିଛନ୍ତି। ହେଲେ କରୋନା କଟକଣା ଯୋଗୁଁ ମହାବାହୁଙ୍କ ଏହି ବେଶ ଦେଖିପାରି ନାହାନ୍ତି ଭକ୍ତ। ଭକ୍ତମାନେ ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରୁଛନ୍ତି।

ପର୍ଯ୍ୟଟକ ତଥା ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ସହ ଜଣେ ଅତିରିକ୍ତ ଏସପି, ୭ ଜଣ ଡିଏସପି, ୫୦ ଅଫିସର ମୁତୟନ ଅଛନ୍ତି।

ଆଜି ଭୋର ଦୁଇଟା ପରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ସୁନା ବେଶ ତଥା ରାଜ ରଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ସକାଳ ଧୂପ, ବାଳ ଧୂପ ଓ ମଧ୍ୟାନ ଧୂପ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Comment