ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର।

  • କରୋନା ପାଇଁ ଏଥର ବନ୍ଦ ରହିବ ତୋଷାଳୀ ଓ ଶିଶିର ସରସ ମେଳା।
  • ସମସ୍ତ ପ୍ରକାର ମେଳା ଏବଂ ପ୍ରଦର୍ଶନୀ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର।
  • ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ।
  • ସ୍କୁଲ ଓ କଲେଜ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବ।
  • ସ୍କୁଲ ଓ କଲେଜ ବନ୍ଦ ରହିଲେ ବି ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଅନଲାଇନ୍ କ୍ଲାସ୍ ଆଦି ପୂର୍ବଭଳି ଚାଲୁରହିବ।
  • ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ।
  • ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ସାମାଜିକ, ରାଜନୈତିକ, ମନୋରଞ୍ଜନ,ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।
  • ବିବାହ କାମରେ ଅତିବେଶୀରେ ୨୦୦ ଲୋକ ଯୋଗ ଦେଇପାରିବେ।
  • ଅନ୍ୟେଷ୍ଟି କ୍ରିୟାରେ ଅତିବେଶୀରେ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ।
  • ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ କଟକଣା ଜାରିରହିବ।
  • ପୂର୍ବଭଳି ସେଠାକୁ ସମସ୍ତ ପ୍ରକାର ପ୍ରବେଶ ନିଷେଧ ରହିବ।
  • ସିନେମା ହଲ, ସୁଇମିଂ ପୁଲ, ଥିଏଟର ଆଦି ପୂର୍ବଭଳି ବନ୍ଦ ରହିବ।
  • କୋଭିଡ୍ ନିୟମ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ।

Comment