ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସୋମବାର ଦିନ ମୁହଁ ଖୋଲିଛନ୍ତି। ହାଇକୋର୍ଟ ଦ୍ୱାରା ପରିଚାଳିତ ସ୍ଵତନ୍ତ୍ର ଯାଞ୍ଚ୍‌ ଟିମ୍‌ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ ବୋଲି ଓଡ଼ିଶା ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଠିକ ଓ ଏଥିରେ  ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

“ମୋ ମତରେ ଶିଶୁ ପରୀର ହତ୍ୟା ସମଗ୍ର ରାଜ୍ୟବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି ଏବଂ ହାଇକୋର୍ଟ ପରିଚାଳିତ ଏସଆଇଟି ନିଶ୍ଚିତ ଭାବରେ ସିବିଆଇ ତଦନ୍ତ ଅପେକ୍ଷା ଭଲ। ଏହି ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି”, କହିଛନ୍ତି ବିଜୟ।

ନିଜ ମତକୁ ସୁଦୃଢ଼ କରିବା ପାଇଁ ବିଜୟ ମହାପାତ୍ର କହିଛନ୍ତି ଯେ, ସିବିଆଇ ତଦନ୍ତରୁ କିଛି ବାହାରିବ ନାହଁ। ଆଗରୁ ଓଡ଼ିଶାର ଯେତେ ମାମଲା ସିବିଆଇ ହାତରେ ପଡ଼ିଛି ତାର କୌଣସି ସୁଫଳ ମିଳିନାହିଁ।ହାଇକୋର୍ଟ ଦ୍ୱାରା ଗଠିତ ଏସଆଇଟି ଟିମ୍ ଠିକ ତଦନ୍ତ କରିବ ଓ ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇବ ଏହି ବିଶ୍ୱାସ ରହିଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ଘଟଣାରେ ବିଜୟ କହିଛନ୍ତି ଯେ, ସେ ସରକାରଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ସେ ଆଣିଛନ୍ତି ତାହା ସତ।

LEAVE A REPLY

Please enter your comment!
Please enter your name here