ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜୟ ମହାପାତ୍ର ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଥିଲେ।

ବରିଷ୍ଠ ନେତା ବିଜୟ ମହାପାତ୍ର କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା। ବିଜେଡି ଗଠନ ସମୟରେ ତାଙ୍କର ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ବିଜେଡି ସହ ସମ୍ପର୍କରେ ତିକ୍ତତା ଯୋଗୁଁ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢୁଛନ୍ତି। କିଛି ମାସ ପୂର୍ବରୁ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ। ଏହା ପରେ ତାଙ୍କୁ ପାଟକୁରା ଆସନ ପାଇଁ ଟିକେଟ ଦେଇଥିଲା ବିଜେଡି।

Tags: #Politics #OdishaPolitics #BijayMohapatra #BJP #Odisha

LEAVE A REPLY

Please enter your comment!
Please enter your name here