ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱ ଏଡ୍‌ସ ଦିବସ। ୧୯୮୮ ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ରେ ଆନ୍ତର୍ଜାତିକ ସ୍ତରରେ ଏହି ଦିବସ ପାଳିତ ହୋଇଆସୁଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଏଡସ୍ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ଏବଂ ଏଡସ୍ ପୀଡ଼ିତ ଲୋକଙ୍କୁ ଅନ୍ୟ ସାଧାରଣ ମଣିଷଙ୍କ ପରି ଜୀବନ ବିତାଇବାକୁ ସୁଯୋଗ ଦେବା।

ପ୍ରତିବର୍ଷ ଏହି ଦିବସର ଏକ ସ୍ୱତନ୍ତ୍ର ଥିମ୍‌ ରହିଥାଏ। ସେହିପରି ଚଳିତ ଥର ଏହି ଦିବସର ଥିମ୍‌ ରହିଛି, ‘Global solidarity, shared responsibility’। ଏକତାର ବାର୍ତ୍ତା ଦେବା ତଥା ଦାୟିତ୍ୱ ବାଣ୍ଟିବା ହେଉଛି ଏହି ଥିମ୍‌ର ଲକ୍ଷ୍ୟ।

ଏଡ୍‌ସ ବିଶ୍ୱରେ ଏକ ବଡ଼ ରୋଗ। ଯାହାକୁ ଏବେ ବି ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରାଯାଇପାରିନାହିଁ। ତେଣୁ କେବଳ ସଚେତନତା ସୃଷ୍ଟି ଏହି ଦିବସର ଉଦ୍ଦେଶ୍ୟ। ସେଥିପାଇଁ ଡିସେମ୍ବରକୁ ସଚେତନତା ଦିବସ ବୋଲି କୁହାଯାଉଛି। ଏହି ମାସରେ ଅନେକ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥା ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ ହୋଇଥାଏ।

ଗ୍ଲୋବାଲ ଏଚ୍‌ଆଇଭି ଆଣ୍ଡ ଷ୍ଟାଟିଟିକ୍ସର ରିପୋର୍ଟ ଅନୁଯାୟୀ ୨୦୧୭ ସୁଦ୍ଧା ସାରା ବିଶ୍ୱରେ ୩ କୋଟି ୫୪ ଲକ୍ଷ ଏଡ଼୍‌ସ୍‌ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ଶିଶୁ ବି ରହିଛନ୍ତି। ସାଉଥ୍ ଆଫ୍ରିକାରେ ସବୁଠାରୁ ଅଧିକ ଏଡସ୍ ଆକ୍ରାନ୍ତ ରୋଗୀ ରହିଛନ୍ତି

Comment