ଓଡ଼ିଶାଲାଇଭ୍ ବ୍ୟୁରୋ

୨-୧ରେ ଦିନିକିଆ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ କଙ୍ଗାରୁ ଦଳକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ବୁଧବାର ଖେଳାଯାଇଥିବା ମ୍ୟାଚରେ ବିରାଟ ବାହିନୀ ୧୩ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହାସତ୍ତ୍ୱେ ଅଷ୍ଟ୍ରେଲିଆ ୨-୧ରେ ଦିନିକିଆ ସିରିଜକୁ ଜିତିନେଇଛି।

ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ବିରାଟ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦୁଇ ମ୍ୟାଚରେ ପରାଜୟ ଭୋଗିଥିବା ହେତୁ ଟିମ୍ ଇଣ୍ଡିଆ ବୁଧବାର ଏକ ନୂଆ ଦଳ ସହ ପଡ଼ିଆକୁ ଓହ୍ଲାଇଥିଲା। ଏଥର ଦଳରେ ଯୁବ ଓପନର ଶୁଭମନ ଗିଲଙ୍କ ସହ ସାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ ଓ ଦ୍ରୁତ ବୋଲର ଟି ନଟରାଜନଙ୍କୁ  ସାମିଲ କରାଯାଇଥିଲା।ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିପାରିନଥିଲା। ୮୨ ରନରେ ଦଳ ତା’ର ଦୁଇ ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଏହାପରେ ଅଧିନାୟକ କୋହଲି ମଧ୍ୟ ଚତ୍ମକାର ଇଂନିସ ଖେଳି ୬୩ ରନ କରିଥିଲେ। ଶେଷ ଆଡ଼କୁ ହାର୍ଦ୍ଦିକ ଓ ଜାଡେଜା ଝଡରେ ଅଷ୍ଟ୍ରେଲିଆ ଘାଇଲା ହେବା ସହ ଟିମ୍ ଇଣ୍ଡିଆ ୩୦୨ ରନ କରିଥିଲା।ଏହାପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ୱାର୍ନରଙ୍କ ଅନୁପସ୍ଥିତିରେ ଫିଞ୍ଚଙ୍କ ସହ ଓପନି କରିଥିଲେ ଲବୁସଚେଞ୍ଜ। ତେବେ ଆରମ୍ଭରୁ ହିଁ ଟି ନଟରାଜନ ଅଷ୍ଟ୍ରେଲିଆକୁ ଝଟକା ଦେଇଥିଲେ। ଏହାପରେ ଅଷ୍ଟ୍ରେଲିଆ ଲଗାତାରା ଭାବେ ୱିକେଟ୍ ହରାଇ ୨୮୯ ରନରେ ଅଲଆଉଟ୍ ହୋଇଯାଇଥିଲା।

ଭାରତ ପକ୍ଷରୁ ଜଶପ୍ରୀତ ବୁମରା ୨ଟି ୱିକେଟ୍ ନେଇଥିବାବେଳେ ଟି ନଟରାଜନ ୨ଟି ଏବଂ ସାର୍ଦ୍ଦୁଲ ଠାକୁର ୩ଟି ୱିକେଟ୍ ନେଇଥିଲେ। ଦିନିକିଆ ସିରିଜ୍ ପରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଟି-୨୦ ଏବଂ ଟେଷ୍ଟ ସିରିଜ ବି ଖେଳାଯିବ।

Comment