ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ବିସିସିଆଇ ତାଙ୍କୁ ଶେଷ ଦୁଇ ଟି-ଟ୍ୱେଣ୍ଟି ମ୍ୟାଚରୁ ବାଦ୍ ଦେଇଛି। ତାଙ୍କ ବଦଳ ଖେଳାଳି ଭାବେ ସାର୍ଦ୍ଦୁଲ ଠାକୁର ଟିମ୍ ଇଣ୍ଡିଆରେ ଯୋଗେଦେବେ।

ଶୁକ୍ରବାର କାନବେରାରେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ ଅଷ୍ଟ୍ରେଲୀୟ ବୋଲର ଷ୍ଟାର୍କଙ୍କ ଏକ ବାଉନ୍ସର ବଲ୍ ଆସି ଜାଡେଜାଙ୍କ ହେଲମେଟରେ ବାଜିଥିଲା। ଏହାପରେ ଜାଡେଜା ଆହତ ହୋଇଥିଲେ। ଦ୍ୱିତୀୟ ଇଂନିସରେ ସେ ଫିଲଡିଂ ପାଇଁ ମଧ୍ୟ ଓହ୍ଲାଇନଥିଲେ।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ମେଡିକାଲ୍ ଟିମ୍ ନଜର ରଖିଛି। କିନ୍ତୁ ବିସିସିଆଇ ତାଙ୍କୁ ଶେଷ ଦୁଇଟି ମ୍ୟାଚରୁ ବାଦ୍ ଦେଇଛି। ଯଦି ସେ ସୁସ୍ଥ ହୋଇ ଫେରନ୍ତି ତେବେ ସେ ଟେଷ୍ଟ ସିରିଜ୍ ମଧ୍ୟ ନଜର ଆସିବେ।

ଗତକାଲି ମ୍ୟାଚରେ ଜାଡେଜା ଧୁଆଁଧାର ୪୩ ରନର ଇଂନିସ ଖେଳିଥିଲେ। ଯେଉଁ କାରଣରୁ ଟିମ୍ ଇଣ୍ଡିଆ କଙ୍ଗାରୁ ଦଳକୁ ମାତ୍ ଦେଇଥିଲା। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ୧-୦ରେ ଅଷ୍ଟ୍ରେଲିଆଠାରୁ ଆଗରେ ରହିଛି।

Comment