ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ସଙ୍ଗଠନମାନେ ଆନ୍ଦୋଳନରେ ବସିଥିବାବେଳେ ବୁଧବାର ବିରୋଧୀ ପାର୍ଟିମାନଙ୍କର ଏକ ପ୍ରତିନିଧିଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଏନସିପି ନେତା ଶରଦ ପାୱାର ଓ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ରହିବେ।

ଏନେଇ ସିପିଆଇ(ଏମ୍) ନେତା ସୀତାରାମ୍ ୟେଚୁରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ୍ ପ୍ରୋଟୋକଲ୍ ହେତୁ ରାଷ୍ଟ୍ରପତି କେବଳ ୫ ଜଣ ବ୍ୟକ୍ତିଙ୍କୁ ଦେଖାକରିପାରିବେ। ତେଣୁ ବିରୋଧୀ ପାର୍ଟିର ନେତାମାନେ ଏହି ୫ ଜଣିଆ ପ୍ରତିନିଧିମଣ୍ଡଳୀ ସ୍ଥିର କରିଛନ୍ତି।କୁହାଯାଉଛି ଯେ, ଏହି ବୈଠକରେ ନୂଆ କୃଷି ଆଇନକୁ ନେଇ ଆଲୋଚନା ହୋଇପାରେ। ବିରୋଧୀମାନେ ନୂଆ କୃଷି ଆଇନକୁ ରଦ୍ଦ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିପାରନ୍ତି ବୋଲି ସୂଚନା ମିଳୁଛି।

ନୂଆ କୃଷି ଆଇନକୁ ବିରୋଧ କରି ୧୩ ଦିନ ହେଲା ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ୫ ଥର ଚାଷୀ ଓ ସରକାରଙ୍କ ଭିତରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ। ବୁଧବାର ଷଷ୍ଠ ଥର ପାଇଁ ଆଲୋଚନା ହେବା ପୂର୍ବରୁ ଚାଷୀନେତାମାନେ ଗୃହମନ୍ତ୍ରୀ ଶାହଙ୍କୁ ମଧ୍ୟ ସାକ୍ଷାତ କରିବେ।

Comment