ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଜଣାଶୁଣା କୋରିଓଗ୍ରାଫର ରେମୋ ଡିସୁଜା ଶୁକ୍ରବାର ଅପରାହ୍ଣରେ ହୃଦଘାତର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ମୁମ୍ବାଇର କୋକିଳାବେନ ଧୀରୁଭାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଆଇସିୟୁରେ ରହିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଶୁକ୍ରବାର ଦିନ ସାଢ଼େ ୨ଟା ବେଳେ ସେ ଏହି ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କ ପତ୍ନୀତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବଲିଉଡର ଜଣେ ଜଣାଶୁଣା ଡ୍ୟାନ୍ସ କୋରିଓଗ୍ରାଫର ଭାବେ ରେମୋ ଡିସୁଜା ବେଶ ପରିଚିତ। ସେ ୧୯୯୫ ମସିହାରୁ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନୃତ୍ୟ ନିର୍ଦ୍ଦେଶନା ଦେଇ ଆସୁଛନ୍ତି। ଏଥିସହ ସେ କେତେକ ଫିଲ୍ମରେ ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଅନେକ ଏବିସିଡି, ଏବିସିଡି ୨ ଆଦି ବକ୍ସଅଫିସରେ ବେଶ ହିଟ୍ ସାବ୍ୟସ୍ତ ହୋଇଛି।

Comment