ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ସ୍ତମ୍ଭକାର ତଥା ସମାଜସେବୀ ରୁଦ୍ରପ୍ରସନ୍ନ ରଥଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ। ଚଳିତ ବର୍ଷ ତାଙ୍କ ସହ ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂର କରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ମୋଟ ୧୦ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଧରିତ୍ରୀରେ ଗତବର୍ଷ ଡିସେମ୍ବରରେ ପ୍ରକାଶିତ ତାଙ୍କର ଲେଖା ‘ଝିଅ ଯଦି କାଳୀ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ଚଳିତବର୍ଷ ନଭେମ୍ବର ମାସରେ ଆଞ୍ଚଳିକ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଓପଏଡ୍ ବିଭାଗରେ ମଧ୍ୟ ରୁଦ୍ରପ୍ରସାଦ ଶ୍ରେଷ୍ଠ ବିବେଚିତ ହୋଇଥିଲେ।ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତବର୍ଷ ଏକ ଦଶନ୍ଧି ପୂରଣ କରିଛି। ଏହି ପୁରସ୍କାର ପାଇଁ ଚଳିତବର୍ଷ ୧୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ କିନ୍ତୁ ଶେଷରେ ଶ୍ରେଷ୍ଠ ୧୦ ଜଣ ସାମ୍ବାଦିକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଏହି ପୁରସ୍କାର ଅନଲାଇନ୍ ମାଧ୍ୟମରେ ଦିଆଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଏନଡିଟିଭିର ବରିଷ୍ଠ କାର୍ଯ୍ୟନିର୍ବାହୀ ସମ୍ପାଦକ ଏବଂ ରାମନ ମାଗାସେସେ ପୁରସ୍କାର ପ୍ରାପ୍ତ ରବିଶ୍ କୁମାର ଯୋଗ ଦେଇଥିଲେ। ପପୁଲେସନ ଫାର୍ଷ୍ଟର ନିର୍ଦ୍ଦେଶକ ଡକ୍ଟର ଏ ଏଲ ସାରଦା ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସହ ୟୁଏନଏଫପିଏର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ ପିକିନି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ବିଜେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ରୁଦ୍ରପ୍ରସନ୍ନ ରଥ ଜଣେ ନିୟମିତ ସ୍ତମ୍ଭକାର ଭାବେ ବେଶ ଜଣାଶୁଣା। ସେ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଦୀର୍ଘ ଏକ ଦଶନ୍ଧିଧରି ବିଭିନ୍ନ ଖବରକାଗଜରେ ବିଷୟନିଷ୍ଠ ପ୍ରବନ୍ଧ ଲେଖି ଆସୁଛନ୍ତି। ବିଭିନ୍ନ ଟେଲିଭିଜନରେ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସେ ବିଶ୍ଲେଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ବିଭିନ୍ନ ଜାତୀୟ ଏବଂ ଅର୍ନ୍ତଜାତୀୟ ସଂସ୍ଥାର ସାମାଜିକ ଯୋଗାଯୋଗ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅଛନ୍ତି।

Comment