ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଏଥର ‘ଜିରୋ ନାଇଟ୍ ସେଲବ୍ରେସନ’ ମନା। କୋଭିଡ୍ ସଂକ୍ରମଣର ଭୟ ହେତୁ ଏହି ସେଲିବ୍ରେସନ୍ ଉପରେ ରୋକ୍ ଲଗାଇଛି ବିଏମସି।

ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରିରେ ଲୋକମାନେ ଜିରୋ ନାଇଟ୍ ଉତ୍ସବ ମନେଇଥାନ୍ତି। ଏଥିପାଇଁ ବିଭିନ୍ନ ହୋଟେଲ୍, ରେସ୍ତୋରାଁରେ ପ୍ରବଳ ଗହଳି ଦେଖିବାକୁ ମିଳିଥାଏ। ମଧ୍ୟରାତ୍ରିରେ ଲୋକମାନେ ପରସ୍ପରକୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ଖୁସି ମନାଇଥାନ୍ତି।ଏଥର କୋଭିଡ୍ ପରିସ୍ଥିତିରେ କିନ୍ତୁ ଏହି ଉତ୍ସବ ମନେଇଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଛି ବିଏମସି। ଯଦି କୌଣସିଠାରେ ଏହି ଉତ୍ସବ ହେଉଥିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଏଥିସହ ନୂଆବର୍ଷ ପରେ ଜାନୁଆରି ୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିପାରିବ। ସେଠାରେ କୋଭିଡ୍ ଗାଇଡଲାଇନ୍ ନିୟମକୁ ମାନି ଭକ୍ତମାନେ ଭଗବାନଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି। ଡିସେମ୍ବର ୨୭ରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ମଧ୍ୟ ଖୋଲିବ। ପ୍ରଥମେ ସେବାୟତ, ଏହାପରେ ଭୁବନେଶ୍ୱରବାସୀ ଓ ତା’ପରେ ସର୍ବସାଧାରଣ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

Comment