ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ୩ ଦିନ ପରେ ଖୋଲିବ ଶ୍ରୀମନ୍ଦିର। କେମିତି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ହେବ ସେନେଇ ଶନିବାର ପୁରୀରେ ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିୟାନ। ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ପାଣ୍ଡିଆନ ଆଲୋଚନା କରିଛନ୍ତି।

ଡିସେମ୍ବର ୨୩ରୁ ପ୍ରଥମେ ପୁରୀବାସୀ ଓ  ଏହାପରେ ୩ ତାରିଖରୁ ସର୍ବସାଧାରଣ ଲୋକଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ନୂଆ ବର୍ଷ ଭିଡ଼ ପାଇଁ ୧ ଓ ୨ ତାରିଖରେ ମନ୍ଦିର ମନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସମେତ ଜିଳ୍ଳାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି। ୩ ତାରିଖରୁ ମନ୍ଦିର ଖୋଲିବ ବୋଲି କୁହାଯାଇଛି। କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।

Comment