ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ। ହେଜେଲଉଡ୍ ଓ କମିନ୍ସଙ୍କ ଘାତକ ବୋଲିଂ ଆଗରେ ବିରାଟ ବାହିନୀ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ଅଷ୍ଟ୍ରେଲିଆକୁ ଏବେ ପ୍ରଥମ ଟେଷ୍ଟ ଜିତିବାକୁ ମାତ୍ର ୭୫ରନ କରିବାକୁ ହେବ।

ଶନିବାର ଅଷ୍ଟ୍ରେଲୀୟ ବୋଲର ହେଜେଲଉଡ୍ ଓ କମିନ୍ସଙ୍କ ଘାତକ ବୋଲିଂକୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ସାମ୍ନା କରିପାରିନଥିଲେ। ପୂଜାରା, ରାହାଣେ, କୋହଲି, ହନୁମା ବିହାରୀ, ଶାହାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ସ୍କୋର ଦୁଇ ଅଙ୍କ ବି ଛୁଇଁପାରିନଥିଲା। ଯାହାଫଳରେ ଭାରତ ଦ୍ୱିତୀୟ ଇଂନିସରେ ମାତ୍ର ୩୬ ରନ କରିପାରିଥିଲା।ଏହାପୂର୍ବରୁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇଂନିସରେ ଦଳ ସମସ୍ତ ୱିକେଟ୍ ହରାଇ ମୋଟ ୨୪୪ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ମାତ୍ର ୧୯୧ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ କ୍ରିକେଟ ଦଳ ପ୍ରଥମ ଇଂନିସରେ ୫୩ ରନର ଲିଡ୍ ସହ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା। ଯେଉଁଥିରେ ଦଳ ବିପର୍ଯ୍ୟର ସମ୍ମୁଖୀନ ହୋଇଛି।

ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ଯଦି ୯୦ ରନ ସଂଗ୍ରହ କରିନିଏ ତେବେ ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟରେ ପରାଜୟ ବରଣ କରିବ।

Comment