ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ରକାବ ଗଞ୍ଜ ସାହେବ ଗୁରୁଦ୍ଵାର ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁଦ୍ଵାର ଯାଇ ଗୁରୁ ତେଜ ବାହଦୁରଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଏବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟୁଇଟ କରିଛନ୍ତି। ଏହି ଟୁଇଟରେ ମୋଦୀ, ସହିଦି ଦିବସ ଅବସରରେ ଗୁରୁ ତେଜ ବାହାଦୁରଙ୍କ ମହତ ବଳିଦାନକୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଥିସହ ଗୁରୁ ତେଜ ବାହାଦୁରଙ୍କ ସମାଧିକୁ ପ୍ରଣାମ କରି ଆଶୀର୍ବାଦ ଲାଭ କରିଥିବା ନେଇ ମୋଦୀ ଏହି ଟୁଇଟରେ କହିଛନ୍ତି।
This morning, I prayed at the historic Gurudwara Rakab Ganj Sahib, where the pious body of Sri Guru Teg Bahadur Ji was cremated. I felt extremely blessed. I, like millions around the world, am deeply inspired by the kindnesses of Sri Guru Teg Bahadur Ji. pic.twitter.com/ECveWV9JjR
— Narendra Modi (@narendramodi) December 20, 2020
ତେବେ ଏହି ଗୁରୁଦ୍ଵାର ଦର୍ଶନ ଗସ୍ତଟି ମୋଦୀଙ୍କ ଗସ୍ତ ତାଲିକାରେ ନଥିଲା। ତେଣୁ ମୋଦୀଙ୍କ ଗୁରୁଦ୍ଵାର ଗଲାବେଳେ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିନଥିଲା।
ଅନ୍ୟପଟେ ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବର ହଜାର ହଜାର ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଚାଷୀମାନଙ୍କ ଏହି ଆନ୍ଦୋଳନ ଆଜକୁ ୨୫ ଦିନରେ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହଠାତ ଏହି ଗୁରୁଦ୍ଵାର ଗସ୍ତ ଚାଷୀମାନଙ୍କ ସହ ବୁଝାମଣା ପାଇଁ ଏକ ମାଧ୍ୟମ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।