ଓଡ଼ିଶାଲାଇଭ୍ ବ୍ୟୁରୋ

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଆପ୍ଲାଏଡ୍ ଡାଟା ଆନାଲିଟିକ୍ସ, ଫାଇନାନ୍ସସିଆଲ ପ୍ଲାନିଂ ଏବଂ ଇନଭେଷ୍ଟମେଣ୍ଟ ଆଦି ତିନୋଟି ମ୍ୟାନେଜମେଣ୍ଟ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଗୋଠପାଟଣାସ୍ଥିତ ବିଶ୍ଵବିଦ୍ୟାଳୟ ପରିସରରେ ଏହି ତିନୋଟି ନୂଆ ପାଠ୍ୟକ୍ରମକୁ ଆରମ୍ଭ କରାଯାଇଛି।

“ଏହି ପାଠ୍ୟକ୍ରମଗୁଡ଼ିକୁ ଏପରି ଡିଜାଇନ କରାଯାଇଛି, ଯାହା ବଜାର ଏବଂ ଶିଳ୍ପଗୁଡ଼ିକର ଚାହିଦା ପୂରଣ କରିବାରେ ସାହାଯ୍ୟ କରିବ। ଏହା ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ”, କହିଛନ୍ତି ବିଜିୟୁର କୁଳପତି ପି ପି ମାଥୁର।

କୁଳପତି ପ୍ରଫେସର ଡକ୍ଟର ପି ପି ମାଥୁରଙ୍କ ଅଧ୍ୟକ୍ଷତାରେ ରେଜିଷ୍ଟାର ଡକ୍ଟର ବି କେ ଦାସ, ବିର୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ପରମେଶ୍ଵର ନାୟକ, ବିର୍ଲା ସ୍କୁଲ ଅଫ୍ କମର୍ସର ଡିନ୍ ପ୍ରଫେସର ଡକ୍ଟର ସାମସନ ମହାରଣା ଏହି ପାଠ୍ୟକ୍ରମଗୁଡ଼ିକର ଆରମ୍ଭ କରିଥିଲେ।

ଏଭଳି ଅଭିନବ ପାଠ୍ୟକ୍ରମ ଆରମ୍ଭ ଏବଂ କ୍ୟାମ୍ପସରେ କୋଭିଡ ବିରୁଦ୍ଧରେ ଜାରି ରଖିଥିବା ଲଢ଼େଇ ପାଇଁ କୁଳପତି ଏବଂ ରେଜିଷ୍ଟାର ସ୍କୁଲର ଡିନ୍ ଏବଂ ଫାକଲ୍ଟିମାନଙ୍କୁ ପ୍ରଶଂସା କରିଥିଲେ।

Comment