ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଖୋଲିଛି ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିରରେ ମହାବାହୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ପ୍ରଥମ ଦିନରେ କେବଳ ସେବାୟତ ଓ ତାଙ୍କ ପରିବାରକୁ ଅନୁମତି ଦିଆଯାଇଛି।

୨୩ ତାରିଖରୁ ୨୫ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର, ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା, ୩ ତାରିଖରେ ରାଜ୍ୟ ବାହାରର ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ। ତେବେ ଶ୍ରୀମନ୍ଦିର ଖୋଲିବା ପରେ କେଉଁ ନିୟମ ମାନିବାକୁ ହେବ ସେନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହ।

ସେବାୟତଙ୍କ ପରିବାର ପାଇଁ

  • ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍‌ ୨୩, ୨୪, ୨୫ ତାରିଖରେ ସେବାୟତଙ୍କ ପରିବାର ଦର୍ଶନ ପାଇଁ ସୁଯୋଗ ମିଳିବ।
  • ସେମାନେ ସବୁ ଦ୍ୱାର ପଟେ ପ୍ରବେଶ କରିପାରିବେ। ସେମାନେ ନିଜର ପ୍ରମାଣ ପତ୍ର,ସ୍ୱାସ୍ଥ୍ୟ ବୀମା କାର୍ଡ ସାଙ୍ଗରେ ନେଇ ଆସିବେ।
  • ନିର୍ଦ୍ଦାରି ତାରିଖରେ ବାହାର ଲୋକ ଯେମିତି ପ୍ରବେଶ ନକରନ୍ତି ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯିବ।

ପୁରୀ ସହରବାସୀଙ୍କ ପାଇଁ

  • ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ୨୬ରୁ ୩୧ ଯାଏଁ ପୁରୀ ସହରବାସୀଙ୍କ ଲାଗି ଦର୍ଶନ ବ୍ୟବସ୍ଥା କରାଯିବ।
  • ସହରବାସୀଙ୍କୁ ଦର୍ଶନ ପାଇଁ ଓ୍ୱାର୍ଡ ଅନୁଯାୟୀ ବ୍ୟବସ୍ଥା କରାଯିବ। ଲୋକ ସଂଖ୍ୟା ଦେଖି କେଉଁଦିନ କେଉଁ ଓ୍ୱାର୍ଡ ନିର୍ଦ୍ଧାରଣ ହେବ ତାହା ସ୍ଥିର କରାଯିବ।
  • ଯେଉଁ ଓ୍ୱାର୍ଡ ଲୋକ ଯେଉଁଦିନ ଦର୍ଶନ କରିବେ, ସେମାନଙ୍କୁ ମ୍ୟୁନିସିପାଲିଟି କର୍ମଚାରୀ ଟୋକନ ଦେବେ।
  • ଦୈନିକ ୪ ଘଣ୍ଟା ଦର୍ଶନ ପାଇଁ ସମୟ ମିଳିବ।
  • ଆଧାରକାର୍ଡ ଓ ଟୋକନ, କରୋନା ନେଗେଟିଭ୍‌ ରିପୋର୍ଟ ଦେଖାଇଲା ପରେ ଦର୍ଶନ ପାଇଁ ଅନୁମତି ମିଳିବ।
  • ଏଥିପାଇଁ କାଉଣ୍ଟର ବ୍ୟବସ୍ଥା କରାଯିବ।
  • କାହାର ଭୋଟର କାର୍ଡ କିମ୍ବା ଆଧାରକାର୍ଡ ନଥିଲେ ମ୍ୟୁନିସିପାଲିଟିର ଏକ ନମ୍ବର ଦିଆଯିବ। ସେଥିରେ କଲ୍‌ କରି ଆପଣ ଏକ ପରିଚୟ ପତ୍ର ପାଇପାରିବେ।
  • ସହରବାସୀଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନାହିଁ।

ବାହାର ଲୋକଙ୍କ ପାଇଁ

  • ନୂଆ ବର୍ଷ ଭିଡ଼ ପାଇଁ ଜାନୁଆରି୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ।
  • ୩ ତାରିଖରୁ ବାହାର ଲୋକ କରିବେ ଦର୍ଶନ।
  • ସକାଳ ସାଢ଼େ ୭ଟାରୁ ରାତି ପହୁଡ଼ ଯାଏଁ ଦର୍ଶନ ସୁଯୋଗ ମିଳିବ।
  • କୋଭିଡ ନେଗେଟିଭ୍‌ ରିପୋର୍ଟ ଦେଖାଇବା ଜରୁରୀ।
  • ୬୫ ବର୍ଷରୁ ଅଧିକ ବୟସ୍କ ଲୋକ ଓ ଛୋଟପିଲା ନଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ କରି ଭକ୍ତଙ୍କୁ ସିଂହଦ୍ୱାରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସଂକ୍ରମଣକୁ ଦୂରେଇବା ପାଇଁ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି।

Comment