ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ କମ୍ପାନି ଭୋଡାଫୋନ୍ ଆଇଡିଆ ନିଜ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରିପେଡ୍ ପ୍ଲାନ୍ ଜରିଆରେ ଡାଟା ଓ କଲିଂ ସୁବିଧା ପ୍ରଦାନ କରୁଛି। ତେବେ ସେଥିମଧ୍ୟରୁ ଏଭଳି ତିନୋଟି ପ୍ଲାନ୍ ଅଛି ଯେଉଁଥିରେ ଡବଲ ଡାଟା ଅଫର୍ ସହ ଅନଲିମିଟେଡ୍ କଲିଂ ସୁବିଧା ମିଳୁଛି।
୨୯୯ ଟଙ୍କିଆ ପ୍ଲାନ୍
ଭୋଡାଫୋନର ୨୯୯ ଟଙ୍କିଆ ପ୍ଲାନରେ ଡବଲ ଡାଟା ଅଫର୍ ମିଳୁଛି। ଏହି ପ୍ଲାନରେ ଅତିରିକ୍ତ ୨ ଜିବି ଡାଟା ହିସାବରେ ମୋଟ ୪ ଜିବି ଡାଟା ଦିଆଯାଉଛି। ପ୍ଲାନଟି ୨୮ ଦିନ ପାଇଁ ଉପଲବ୍ଧ ହେଉଛି। ଡାଟା ବ୍ୟତୀତ ଏଥିରେ ସମସ୍ତ ନେଟଓ୍ୱର୍କକୁ ମାଗଣା କଲିଂ ଓ ଦୈନିକ ୧୦୦ ଏସଏମ୍ଏସ୍ ସୁବିଧା ମିଳୁଛି। ଏହାଛଡ଼ା ଭିଆଇ ମୁଭିଜ୍ ଓ ଟିଭି ଆକ୍ସେସ୍ ମଧ୍ୟ ଦିଆଯାଉଛି।୪୪୯ ଟଙ୍କିଆ ପ୍ଲାନ୍
କମ୍ପାନିର ଏହି ପ୍ଲାନରେ ଗ୍ରାହକଙ୍କୁ ମୋଟ ୪ ଜିବି ଡାଟା ମିଳୁଛି। ଏଥିସହ ଅନଲିମିଟେଡ୍ କଲିଂ ଓ ଦୈନିକ ୧୦୦ ଏସ୍ଏମ୍ଏସ୍ ସୁବିଧା ପ୍ରଦାନ କରାଯାଉଛି। ସେହିପରି ଏହି ପ୍ଲାନରେ ଭିଆଇ ମୁଭିଜ୍, ଟିଭିର ମାଗଣା ଓଟିଟି ସବସ୍କ୍ରିପ୍ସନ୍ ମଧ୍ୟ ଦିଆଯାଉଛି। ପ୍ଲାନଟି ୫୬ ଦିନ ପାଇଁ ଉପଲବ୍ଧ ହେଉଛି।
୬୯୯ ଟଙ୍କିଆ ପ୍ଲାନ୍
ଭୋଡାଫୋନ୍ ଆଇଡିଆର ଏହି ପ୍ଲାନରେ ମଧ୍ୟ ଡବଲ ଡାଟା ଦିଆଯାଉଛି। ଅନ୍ୟ ଦୁଇ ପ୍ଲାନ୍ ପରି ଏଥିରେ ମଧ୍ୟ ମୋଟ ୪ ଜିବି ଡାଟା ମିଳୁଛି। ଏଥିସହ ଅନଲିମିଟେଡ୍ କଲିଂ, ଦୈନିକ ୧୦୦ ଏସ୍ଏମ୍ଏସ୍, ଭିଆଇ ମୁଭିଜ୍ ଓ ଟିଭି ସବସ୍କ୍ରିପ୍ସନ୍ ଦିଆଯାଉଛି। ଏହି ପ୍ଲାନ୍ ୮୪ ଦିନ ପାଇଁ ଉପଲବ୍ଧ ହେଉଛି।ଏହି ତିନୋଟି ପ୍ଲାନରେ ସପ୍ତାହାନ୍ତ ଡାଟା ରୋଲଓଭର ମଧ୍ୟ ପ୍ରଦାନ କରାଯାଉଛି। ଏହାଦ୍ୱାରା ଗ୍ରାହକମାନେ ପୂରା ସପ୍ତାହରେ ବଳକା ଥିବା ଡାଟାକୁ ଶନିବାର ଓ ରବିବାର ଦିନ ବ୍ୟବହାର କରିପାରିବେ।