ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ଲର୍ଣ୍ଣିଂ ଲାଇସେନ୍ସ ବୈଧତା ଅବଧି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ଲାଗି ରାଜ୍ୟ ସରକାର ଏହି ଅବଧିକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ବୄଦ୍ଧି କରିଛନ୍ତି। ଏନେଇ ରାଜ୍ୟ ପରିବହନ ବିଭାଗ (ଏସ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଯେଉଁ ଲର୍ଣ୍ଣିଂ ଲାଇସେନ୍ସର ଅବଧି ଡିସେମ୍ବର ୩୧ ତାରିଖ ଭିତରେ ସରୁଛି, ତାହା ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୈଧ ରହିବ। ଏହି ସମୟ ମଧ୍ୟରେ ଲର୍ଣ୍ଣିଂ ଲାଇସେନ୍ସଧାରୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଡ଼ି ଚାଳକଙ୍କ ପାଇଁ ଏଭଳି ସୁବିଧା ଆଣିଥିବା ଏସ୍‌ଟିଏ ପକ୍ଷରୁ ସୂଚନା ମିଳିଛି।

Comment