ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ବ୍ଲୁ ଫ୍ଲାଗ୍‌ ବେଳାଭୂମିକୁ ଆଜି ବିଧିବଦ୍ଧ ଭାବେ ମାନ୍ୟତା ମିଳିଛି। ଆନୁଷ୍ଠାନିକ ଭାବେ ସମୁଦ୍ରକୂଳରେ ଉଡ଼ିଛି ବ୍ଲ ଫ୍ଲାଗ। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି।

ସେହିପରି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପ୍ରାଣିଗ୍ରାହୀ ବେଳାଭୂମିରେ ବ୍ଲ ଫ୍ଲାଗ ଉଡ଼ାଇଛନ୍ତି। ପୁରୀ ସମେତ ଆଜି ଦେଶର ୮ଟି ବେଳାଭୂମିରେ ଏହି କାର୍ଯ୍ୟକ୍ରମ ହୋଇଛି। ଏହି ଅବସରରେ ମନ୍ତ୍ରୀ  ଜ୍ୟୋତି ପ୍ରକାଶ କହିଛନ୍ତି,‘‘ପୁରୀ ବେଳାଭୂମିରେ ସ୍ୱଚ୍ଛତା ଉପରେ ପ୍ରୟାସ ଜାରି ରହିଛି। ଆଗକୁ ବେଳାଭୂମିର ସ୍ୱଚ୍ଛତା ସହିତ ପ୍ଲାଷ୍ଟିକ ବ୍ୟବହାର ନକରିବା ଉପରେ ଗୁରୁତ୍ୱ ଦିଆଯିବ।

ପୁରୀ ମେ ଫେୟାରଠାରୁ ଦିଗବାରିଣୀ ଯାଏଁ ୬୬୦ ମିଟର ଯାଏଁ ବେଳାଭୂମିକୁ ବ୍ଲୁ ଫ୍ଲାଗର ମାନ୍ୟତା ମିଳିଛି। ବିଶ୍ୱସ୍ତରରେ ଏହି ବେଳାଭୂମିକୁ ପରିଚିତ କରାଇବାକୁ ଏହି ପଦକ୍ଷେପ ନିଆଯାଇଛି।

Comment