ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଜିରୋ ନାଇଟ ପାଳନ ଉପରେ କଟକଣା ଲଗାଇଛି ଭୁବନେଶ୍ଵର ମହାନଗର ନିଗମ। ହୋଟେଲ, କ୍ଲବ୍, ସମ୍ମେଳନ କକ୍ଷ କିମ୍ଵା କଲ୍ୟାଣ ମଣ୍ଡପଗୁଡ଼ିକରେ ଜିରୋ ନାଇଟ ପାଳନ କରିବା ଉପରେ ରୋକ ଲଗାଇଛି ବିଏମସି। ଏବାବଦରେ ବିଏସମସି ଟୁଇଟ କରି ସୂଚନା ଦେଇଛି।

ମହାନଗର ନିଗମ ପକ୍ଷରୁ ଏହି ଟୁଇଟରେ କୁହାଯାଇଛି ଯେ, ଡିସେମ୍ଵର ୩୧ ତାରିଖରେ ରାଜଧାନୀ ଭୁବନେଶ୍ଵରର କୌଣସି ହୋଟେଲ, କ୍ଲବ୍, ସମ୍ମେଳନ କକ୍ଷ କିମ୍ଵା କଲ୍ୟାଣ ମଣ୍ଡପଗୁଡ଼ିକରେ ଜିରୋ ନାଇଟ ପାଳନ କରାଯାଇ ପାରିବନି। ସେହିପରି ଅନ୍ୟ କୌଣସି ସ୍ଥାନଗୁଡ଼ିକରେ ମଧ୍ୟ ଅଧିକ ସଂଖ୍ୟାରେ ଜନ ସମାଗମ ହୋଇ ଜିରୋ ନାଇଟ କିମ୍ଵା ନୂଆ ବର୍ଷ ପାଳନ କରି ପାରିବେନି।

ଏଥିସହ ସମସ୍ତେ ନିଜ ନିଜ ଘରେ ରହି କରୋନା କଟକଣା ମଧ୍ୟରେ ପରିବାର, ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଜିରୋ ନାଇଟ ପାଳନ କରିବାକୁ ବିଏମସି ପରାମର୍ଶ ଦେଇଛି।

Comment