ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ଅଫିସରେ ନୂଆବର୍ଷ ପାଳନ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର। ଅଫିସରେ କର୍ମଚାରୀ ଏକାଠି ନହୋଇ ଭର୍ଚୁଆଲ ମାଧ୍ୟମରେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବେ। ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବଭଳି ଅଫିସରେ ସାମାଜିକ ଦୂରତା ରକ୍ଷା କରିବାକୁ ଏଥିରେ କୁହାଯାଇଛି।

ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା କମି ଆସୁଥିଲା ବେଳେ ଏବେ କରୋନାର ନୂଆ ସରକାରଙ୍କ ଚିନ୍ତା ବଢ଼ାଇଛି। ଏହି ଭାଇରସର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି।

ସେହିପରି ପୂର୍ବରୁ କଟକ ଭୁବନେଶ୍ୱରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି। ନୂଆବର୍ଷ ପୂର୍ବରାତି ଓ ପରଦିନ କୌଣସି ହୋଟେଲ କିମ୍ବା କ୍ଲବରେ ଲୋକେ ଏକାଠି ହୋଇପାରିବେନି ବୋଲି ସିଏମସି ଓ ବିମଏସି ପକ୍ଷରୁ କୁହାଯାଇଛି। ଫଳରେ ସବୁ ପର୍ବ ଭଳି ଏଥର କରୋନା ପାଇଁ ନୂଆବର୍ଷ ପାଳନ ବି ଫିକା ପଡ଼ିବ।

Comment