ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତ୍ୟୁ ଏମିତି ବି ଆସେ। ଜଣକ ଶବ ସତ୍କାର କରିବାକୁ ଆସି ୧୬ ଜଣ ପ୍ରାଣ ହରାଇଲେ। ଉତ୍ତରପ୍ରଦେଶର ଗାଜିଆବାଦରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି।

ଗାଜିଆବାଦରେ ଥିବା ଏକ ଶ୍ମଶାନଘାଟର ଛାତ ଭୁଶୁଡ଼ି ପଡ଼ିବାରୁ ୧୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିବାର ଆଶଙ୍କା ରହିଛି।

ରବିବାର ସକାଳେ ମୁରାଦନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ କିଛି ଲୋକ ଶ୍ମଶାନକୁ ଆସିଥିଲେ। ସେହି ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ ଶଶ୍ମାନର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଭଙ୍ଗା ଛାତ ତଳେ ଚାପି ହୋଇ ପ୍ରାୟ ୧୬ ଜଣଙ୍କ ପ୍ରାଣ ଯାଇଛି। ଏବେ ବି କିଛି ବ୍ୟକ୍ତି ସେଠାରେ ଫସି ରହିଛନ୍ତି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

Comment