ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଝାରପଡ଼ା ଜେଲ୍‌ରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଓକିଲଙ୍କ ସହ ଦେଖା କରିବାକୁ ଜେଲ୍ କର୍ତ୍ତୃପକ୍ଷ ସୁଯୋଗ ଦେଇଛନ୍ତି। ବିଧାୟକଙ୍କୁ ତାଙ୍କ ଦୁଇ ଓକିଲ ଜେଲ୍‌ରେ ଏକାନ୍ତରେ ଭେଟି ସାରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସୋମବାର ଜବାବ ଦାଖଲ କରାଯାଇଛି।ଜେଲ୍ ପରିସରରେ ଓକିଲଙ୍କୁ ଭେଟିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରି ବିଧାୟକ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ବିଧାୟକଙ୍କୁ ତାଙ୍କ ଓକିଲଙ୍କ ସହ ଭେଟିବା ପାଇଁ ସୁଯୋଗ ଦେବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଏହି ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା।

ଗତକାଲି ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୨୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ସେହିଦିନ ରାଜ୍ୟ ସରକାର ଏହି ଜବାବ ଲିଖିତ ଆକାରରେ ଦାଖଲ କରିବେ ବୋଲି ସୂଚନା ମିଳିଛି।

Comment