ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ପହିଲାରୁ ହେଲମେଟ ନିୟମ କଡ଼ାକଡ଼ି ହେବା ପରେ ରାଜଧାନୀ ଭୁବନେଶ୍ୱରରେ ଯୁଆଡ଼େ ଦେଖିଲେ ସିଆଡ଼େ ହେଲମେଟ ଦେଖାଯାଉଛି। ଏବେ ଗାଡ଼ି ଚାଳକଙ୍କ ସମେତ ପଛରେ ବସିଥିବା ଯାତ୍ରୀମାନେ ମଧ୍ୟ ହେଲମେଟ ପିନ୍ଧିବା ଆରମ୍ଭ କରିଛନ୍ତି।

ରାଜ୍ୟରେ ପୋଲିସ ଓ ଆର୍ଟିଓମାନେ ମୋଟର ଆଇନକୁ କଡ଼ାକଡ଼ି କରିବା ଆରମ୍ଭ କରିଛନ୍ତି। ବିଶେଷ କରି ଯେଉଁ ଦୁଇ ଚକିଆ ବାଇକ ଚାଳକ ହେଲମେଟ ପିନ୍ଧୁନାହାନ୍ତି ସେମାନଙ୍କ ଡିଏଲ ଜବତ କରିବା ପାଇଁ ପୋଲିସ ଓ ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା କମିଟି ତାଙ୍କ ନିର୍ଦ୍ଦେଶକୁ ପାଳନ କରାଯାଉ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁ ବାଇକ ଚାଳକମାନେ ହେଲମେଟ ପିନ୍ଧୁନାହାନ୍ତି ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରିବା ପାଇଁ କମିଟି କହିଥିଲେ।୨୦୧୫ ମସିହା ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ୪ଟି ବଡ଼ ନିୟମ ଉଲ୍ଲଙ୍ଘନକାରୀଙ୍କ ଡିଏଲ ୩ ମାସ ପର୍ଯ୍ୟନ୍ତ ଜବତ କରାଯିବ। ଏହି ୪ଟି ଉଲ୍ଲଂଘନ ହେଲା- ଅଧିକ ସ୍ପିଡରେ ଗାଡ଼ି ଚାଳନା, ଗାଡ଼ିରେ ଓଭରଲୋଡିଙ୍ଗ କରିବା, ନିଶା ଖାଇ ଗାଡ଼ି ଚଲାଇବା ଓ ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାର। ପରେ ହେଲମେଟ ପିନ୍ଧୁନଥିବା ଚାଳକଙ୍କୁ ଏଥିରେ ଯୋଡ଼ା ଯାଇଥିଲା।

Comment