ଓଡ଼ିଶାଲାଇଭ୍ ବ୍ୟୁରୋ

ଅଶ୍ୱିନୀ- ହନୁମା ଯୋଡ଼ିଙ୍କ ଲଢୁଆ ବ୍ୟାଟିଂ ବଳରେ ସିଡନୀ ଟେଷ୍ଟକୁ ଡ୍ର’ରେ ଶେଷ କରିଛି ଟିମ୍ ଇଣ୍ଡିଆ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ଇଂନିସ ହେତୁ ଦଳ ନିଶ୍ଚିତ ପରାଜୟ ମୁହଁରୁ ବଞ୍ଚିଯାଇଛି।

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ସୋମବାର ପଞ୍ଚମ ଦିନ ଥିଲା। ଏଥିରେ ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନମାନେ ଆଉଟ୍ ହେବା ପରେ ଟିମ୍ ଇଣ୍ଡିଆ ନିଶ୍ଚିତ ପରାଜୟ ଭୋଗିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଆକଳନ କରିଥିଲେ। ହେଲେ ହନୁମା ବିହାରୀ ଓ ଆର ଅଶ୍ୱିନୀ ନିଜ ୱିକେଟ୍ ବଞ୍ଚେଇ ରଖି ଅଷ୍ଟ୍ରେଲିଆ ବୋଲରକୁ ଚକମା ଦେଇଥିଲେ। ଫଳରେ ପଞ୍ଚମ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୩୩୪ ରନ୍ କରିପାରିଥିଲା।ଭାରତ ପକ୍ଷରୁ ରୋହିତ ଶର୍ମା ଅର୍ଦ୍ଧଶତକ କରିଥିବାବେଳେ ରିଷଭ ପନ୍ଥ ଓ ଚିତେଶ୍ୱର ପୂଜାର ଭଲ ଇଂନିସ ଖେଳିଥିଲେ। ଶେଷ ଆଡକୁ ହନୁମା ବିହାରୀ ଓ ଅଶ୍ୱିନୀ ଚତ୍ମକାର ବ୍ୟାଟିଂ କରି ମ୍ୟାଚକୁ ଡ୍ର କରିଥିଲେ।

ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ୪୦୭ ରନର ବିଜୟ ଲକ୍ଷ୍ୟ ଥିଲେ ମଧ୍ୟ ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଏଥିସହ ଏହି ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ଚତୁର୍ଥ ଟେଷ୍ଟ ବ୍ରିସବେନରେ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍ ଯେଉଁ ଟିମ୍ ଜିତିବ ସେହି ଟିମ୍ ସିରିଜ୍ ବିଜୟୀ ହେବ।

Comment