ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢୀ) : ଦିଲ୍ଲୀ ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ। ସ୍ୱତନ୍ତ୍ର ସ୍ପାଇସ ଜେଟ୍‌ କାରଗୋ ଦ୍ଵାରା ଟିକା ପୁଣେରୁ ଆନ୍ଧ୍ରପ୍ରଦେଶର ବିଜୟୱ।ଡ଼ା ଗନଭରମ ଅର୍ନ୍ତଜାତୀୟ ବିମାନବନ୍ଦରରେ ଅପରାହ୍ନ ୧.୪୫ ମିନିଟ ସମୟରେ ପହଞ୍ଚିଛି।

ବିମାନବନ୍ଦରରେ ପହଞ୍ଚିବା ପରେ ଆନ୍ଧ୍ରପ୍ରଦେଶ ଶିଶୁ କଲ୍ୟାଣ ବୋର୍ଡ଼ର  ନିର୍ଦ୍ଦେଶକ ଦେବାନନ୍ଦ, ବିମାନବନ୍ଦରର ମୁଖ୍ୟ ମଧୁସୂଦନ ରାଓ ଟିକାଗୁଡ଼ିକର ଯାଞ୍ଚ କରିଥିଲେ। ଏହାପରେ ସ୍ୱତନ୍ତ୍ର ଗାଡ଼ି ଓ ପୋଲିସ ବାହିନୀ ସହାୟତାରେ କଡ଼ା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ବିଜୟୱ।ଡ଼ା ସରକାରୀ ହସ୍ପିଟାଲକୁ ଟିକାକୁ ସ୍ଥାନାନ୍ତର କରାଯାଇଛି। ମୋଟ ୪୦ଟି ବକ୍ସରେ ୪ ଲକ୍ଷ ୭୫ ହଜାର ଡୋଜ ଆନ୍ଧ୍ରପ୍ରଦେଶ ପାଇଁ ଆସିଛି।

ସେହିପରି ତେଲେଙ୍ଗାନାରେ ଦିନ ୧୨ଟା ବେଳେ ଟିକା ପହଞ୍ଚିଛି। ହାଇଦ୍ରାବାଦର ସମସାବାଦ ବିମାନବନ୍ଦରରେ ଟିକା ପହଞ୍ଚିବା ପରେ ସେଗୁଡ଼ିକର ଯାଞ୍ଚ କରାଯାଇ ହାଇଦ୍ରାବାଦ ସରକାରୀ ହସ୍ପିଟାଲକୁ ପଠାଯାଇଛି। ମୋଟ ୩୧ଟି ବକ୍ସରେ ୩ ଲକ୍ଷ ୭୨ ହଜାର ଡୋଜ ତେଲେଙ୍ଗାନା ରାଜ୍ୟ ପାଇଁ ଆସିଛି।

Comment