ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟି ମଙ୍ଗଳବାର ଓଡ଼ିଶାରେ ପହଞ୍ଚିଛି କରୋନା ଟିକା। ଅପରାହ୍‌ଣରେ ପୁଣେରୁ ସ୍ପାଇସ ଜେଟ୍ ଯୋଗେ ଭୁବନେଶ୍ଵର ବିମାନବନ୍ଦରକୁ ଆସିଛି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କମ୍ପାନିର କୋଭିସିଲ୍ଡ ଭ୍ୟାକ୍ସିନ। ଟିକା ପହଞ୍ଚିବା ପରେ ବିମାନବନ୍ଦରରୁ ସେସବୁକୁ ସ୍ଵତନ୍ତ୍ର ଭ୍ୟାନ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ପଠାଯାଇଛି।

ରାଜ୍ୟକୁ କୋଭିସିଲ୍ଡର ମୋଟ ୪ ଲକ୍ଷ ୭ ହଜାର ଡୋଜ ଆସିଛି। ଟିକା ପହଞ୍ଚିବା ପରେ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ।

ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ଯେଉଁମାନେ ବୟସ୍କ ଥିବେ ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ। ଏହାସହ ଯେଉଁ ଅଞ୍ଚଳରେ କରୋନା ପ୍ରଭାବ ଅଧିକ ରହିଛି ସେଠାରେ ବି ଆଗ ଟିକା ଦିଆଯିବ।

Comment