ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଥିବା ବିଭିନ୍ନ ବୌଦ୍ଧ ବିହାର ଓ ସ୍ଥାନକୁ ଚିହ୍ନଟ କରିବେ ସରକାର। ଏହାଦ୍ୱାରା ଅଧିକ ସଂଖ୍ୟକ ପର୍ଯ୍ୟଟକ ଓଡିଶାକୁ ଆସିପାରିବେ। ତା’ଛଡ଼ା ବୌଦ୍ଧ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଉତ୍ସବ ମାନ ମଧ୍ୟ ପାଳିତ ହେବ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି କାମରେ ଏବେ ଜୋରରେ ଲାଗିଛି। ଅଦ୍ୟାବଧି ଚାରୋଟି ବୌଦ୍ଧ ତୀର୍ଥ ଯଥା ରତ୍ନଗିରି, ଧଉଳଗିରି, ଉଦୟଗିରି ଓ ଲାଙ୍ଗୁଳି ପର୍ବତ ବୌଦ୍ଧ ଧର୍ମର ଲୋକଙ୍କ ପାଇଁ ଆକର୍ଷଣ ସାଜିଥିବା ବେଳେ ଏହାକୁ ଆହୁରି ସୁଦୃଢ଼ କରାଯିବ। ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଟୁର ଅପରେଟରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଛି।

ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଚାର ଓ ପ୍ରସାର ନହୋଇ ପାରିବା ହେତୁ ଓଡ଼ିଶାର ଅନେକ ବୌଦ୍ଧ ପୀଠ ଲୋକଲୋଚନକୁ ଆସି ପାରୁନାହିଁ ବୋଲି ସେ କହିଛନ୍ତି। ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର କଣ ସମ୍ଭାବନା ରହିଛି ତାହା ଜଣାଇବା ପାଇଁ ଆଇସିସିଆରର ଡିଜି ଦିନେଶ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଅନୁରୋଧ କରିଥିବା ଜଣାପଡ଼ିଛି।

ବରିଷ୍ଠ ଆଇଏଫଏସ ଅଫିସର ପଟ୍ଟନାୟକ ଓଡ଼ିଶାରେ ବୌଦ୍ଧ ପର୍ଯ୍ୟଟନର ବିକାଶ ଚାହୁଁଥିବା ବେଳେ ବିଭିନ୍ନ ସମୟରେ ଉତ୍ସବ ମାନ ଆୟୋଜିତ ହୋଇପାରିବ ବୋଲି ସେ କହିଛନ୍ତି। ଏବେ କ‘ଣ କ’ଣ ସୁବିଧା ରହିଛି ଓ ବୌଦ୍ଧ ପର୍ଯ୍ୟଟନର ବିକାଶ ପାଇଁ କ’ଣ କରାଯାଉଛି ତାହାର ବିସ୍ତୃତ ବିବରଣୀ ସେ ଓଡ଼ିଶା ସରକାରଙ୍କଠାରୁ ମାଗିଛନ୍ତି।

Comment