ଓଡ଼ିଶାଲାଇଭ୍‌ ବ୍ୟୁରୋ

ବକୁଳ ବନ, ଓଡ଼ିଶା ଇତିହାସ ସହିତ ଜଡ଼ିତ ଥିବା ଏକ ସ୍ଥାନ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଞ୍ଚସଖାଙ୍କର ଏ ଥିଲା ମଣିଷ ତିଆରି କାରଖାନା। କିନ୍ତୁ ଏବେ ଏହି ବିଦ୍ୟାପୀଠ ଅବହେଳିତ ହୋଇପଡ଼ିଛି। ଏହି ସ୍ଥାନର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। ତେବେ ଏହି ସ୍ଥାନକୁ ପୁଣି ଥରେ ସବୁଜ ସୁନ୍ଦର କରିବା ପାଇଁ ଆଗେଇ ଆସିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।

ବକୁଳ ବନରେ ବୃକ୍ଷ ରୋପଣ କରିବା ସହ ଏହାର ବିକାଶ ଦିଗରେ ସେ କାମ କରିବେ ବୋଲି ଘୋଷଣା କରିଛନ୍ତି। ନିଜ ଫେସବୁକରେ ଏକ ଭିଡିଓ ବାର୍ତ୍ତା ଦେଇ ସେ ଏ କଥା କହିଛନ୍ତି।

ଜାନୁଆରି ୨୨ ତାରିଖରେ ସବ୍ୟସାଚୀ ନିଜେ ବକୁଳ ବନ ଯାଇ ସେଠାରେ ବୃକ୍ଷ ରୋପାଣ କରିବେ। ଏହାସହିତ ବକୁଳ ବନକୁ ସୁନ୍ଦର କରିବାକୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।

ଏହି କରୋନା କାଳରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ସବ୍ୟସାଚୀ। କେତେବେଳେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରି ତ ଆଉ କେତେବେଳେ ଘଟଗାଁ ପୀଠକୁ ନଡ଼ିଆ ପଠାଇ, ସେ ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି।

Comment