ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ। ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟ ବି ତାଙ୍କର ବେଶ୍‌ ଜମାଣିଆ। କେତେବେଳେ ଚୁଲବୁଲି ତ କେତେବେଳେ ହଟ୍‌ ହିରୋଇନ ଭାବେ ସେ ଦର୍ଶକଙ୍କ ମନ କିଣିଛନ୍ତି। ଶିଶୁ କଳାକାରରୁ ଲିଡ୍‌ ରୋଲ୍‌ରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଭୂମିକା ‘ତୁ ମୋ ଲଭ୍‌ ଷ୍ଟୋରୀ’ ଓ ‘ହିରୋ ନଂ-୧’ରେ ଲିଡ୍‌ ଆକ୍ଟ୍ରେସ୍ ଭାବେ ଅଭିନୟର ଜଲୱା ଦେଖାଇଥିବା ଭୂମିକାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଜଣାଅଜଣା କଥା।

‘ତୁ ମୋ ଲଭଷ୍ଟୋରି’ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ନାୟିକା ଭୂମିକା ଦାଶ। ଏହି ସିନେମାରେ ସ୍ୱରାଜଙ୍କ ସହ ପରଦାରେ ନଜର ଆସିଥିଲେ ଭୂମିକା। ଏହାପୂର୍ବରୁ ଶିଶୁ କଳାକାର ଭାବେ ସେ ‘ରୁମୁକୁ ଝୁମାନା’, ‘ପାରିବେନି କେହି ଅଲଗା କରି’, ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ସାଉଁଟି ଥିଲେ ଅନେକ ପ୍ରଶଂସା ଓ ପୁରସ୍କାର।

ଭୂମିକାଙ୍କର ଓଡ଼ିଶୀ ନୃତ୍ୟ ପ୍ରତି ବେଶ୍‌ ଦୁର୍ବଳତା ରହିଛି। ସେ ପ୍ରାୟ ସାଢ଼େ ତିନିବର୍ଷରୁ ନୃତ୍ୟ ଶିକ୍ଷା କରିଆସୁଛନ୍ତି। ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଗୁରୁ ପ୍ରଶାନ୍ତ ବେହେରାଙ୍କ ପାଖରୁ ନୃତ୍ୟ ଶିକ୍ଷା କରନ୍ତି।

‘ତୁ ମୋ ଲଭଷ୍ଟୋରି’ ସିନେମାରେ ଭୂମିକା ଜଣେ କଲେଜ ପଢ଼ୁଆ ଝିଅ ରୂପରେ ନଜର ଆସିଥିଲେ। ସ୍ୱରାଜଙ୍କ ସହ ଭୂମିକାଙ୍କ କେମେଷ୍ଟ୍ରି ଦର୍ଶକମାନଙ୍କୁ ବେଶ୍‍ ପସନ୍ଦ ଆସିଥିଲା।

ଏହାପରେ ଭୂମିକା ‘ହିରୋ ନମ୍ବର ୱାନ’ ସିନେମାରେ ବାବୁସାନଙ୍କ ସହିତ ନଜର ଆସିଥିଲେ। ଏଥିରେ ସେ ଜଣେ ରିପୋର୍ଟରଙ୍କ ଚରିତ୍ର ନିଭାଇଥିଲେ। ସେହି ସିନେମାରେ ଥିବା ‘ଗୋରୀ ଟିକେ ହେଇଯାଉ ହେଇଯାଉ ଡିଜେୱାଲା ଡାନ୍‌ସ’ ଡିଜିଟାଲ୍ ମିଡିଆରେ ଖୁବ୍‍ ଚହଳ ପକାଇଥିଲା।

ଆଗାମୀ ଦିନରେ ଭୂମିକାଙ୍କର ଦୁଇଟି ଫିଲ୍ମ ଯଥା ‘ଚକ୍ଷୁ ବନ୍ଧନ’, ଓ ‘ଆଉ ଗୋଟ ଲଭଷ୍ଟୋରି ରିଲିଜ ହେବାକୁ ଯାଉଛି।

Comment