ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଉପନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ମିଳିବା ପରେ ପ୍ରତାପ ଦେବ ପିପିଲି ନିର୍ବାଚନ ମଣ୍ଡଳୀ ଯାଇ ସମୀକ୍ଷା କରିବେ। ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ।

ପ୍ରଦୀପ ମହାରାଥୀ ପିପିଲି ଆସନରୁ ବିଧାୟକ ଥିଲେ। ଅକ୍ଟୋବର ୫ରେ ତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଠାରେ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ବା ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ବିଜେଡିର ଗଡ଼ ହେଉଛି ପିପିଲି। ଲଗାତର ଭାବେ ଏହି ଆସନର ପ୍ରଦୀପ ମହାରଥୀ ବିଜୟୀ ହୋଇଆସୁଥିଲେ। ଏହି ବିଜୟଧାରା ଆଗକୁ କେମିତି ବଜାୟ ରହିବ ସେଥିପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି। ଖୁବଶୀଘ୍ର ଉପନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି।

Comment