ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ କନିକା ଛକସ୍ଥିତ ସନ୍‌ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗି ଥିବା ଜଣାପଡ଼ିଛି। ତେବେ ଏଠାରେ କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ଦମକଳବାହିନୀର ୫ ଟି ଗାଡ଼ି ଘଟଣା ସ୍ଥଳରେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଜଚଷ୍ଟା କରୁଥିବଲା ବେଳେ,  ଜିଲ୍ଲାପାଳ, ପୋଲିସ କମିଶୟସନର ଓ ସିଏମସି କମିସନରଙ୍କ ଉପସ୍ଥିତିରେ ରୋଗୀମାନଙ୍କୁ କଟକ ଏସ୍‌ସିବି ମେଡିକାଲ ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହାଇଡ୍ରୋଲିକ୍ ସିଡି ସହାୟତାରେ ରୋଗୀ ଉଦ୍ଧାର କରାଯାଉଛି।

ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।

Comment