ଓଡ଼ିଶାଲାଇଭ୍ ବ୍ୟୁରୋ
ବଜେଟ୍ ୨୦୨୧-୨୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ର ଉପରେ ଫୋକସ୍ କରିଛନ୍ତି। ଦେଶରେ ଆଉ ୧୦୦ନୂଆ ସୈନିକ ସ୍କୁଲ ସ୍ଥାପନ ହେବ। ପିପିଡି ମୋଡରେ ଏହି ସ୍କୁଲ ପ୍ରତିଷ୍ଠା ହେବ ବୋଲି ଆଜି ଅର୍ଥମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ଆଜି ବଜେଟରେ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ର ପାଇଁ ଅନେକ ଘୋଷଣା କରିଛନ୍ତି।
- ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା।
- ୧୫ ହଜାର ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ।
- ଉଚ୍ଚଶିକ୍ଷା କମିସନ ଗଠନ ହେବ।
- ଦେଶରେ ଗବେଷଣା ପାଇଁ ନାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା ହେବ। ଏଥିପାଇଁ ସରକାର ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
- ଆଦିବାସୀ ଅଞ୍ଚଳରେ ୭୫୦ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହେବ। ଏଥିପାଇଁ ୩୮ କୋଟି ଖର୍ଚ୍ଚ କରିବେ ସରକାର।
- ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ ଆରମ୍ଭ ହେବ। ଏହାଦ୍ୱାର ସରକାରୀ କାଗଜପତ୍ରକୁ ପ୍ରମୁଖ ଭାରତୀୟ ଭାଷାରେ ଅନୁବାଦ କରି ଜନସାଧାରଣଙ୍କ ପାଖରେ ପହଞ୍ଚାଇବା।
- ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଫର୍ ଏସ୍ସି ଷ୍ଟୁଡେଣ୍ଟ ସ୍କିମ ଜାରି ରହିବ। ଆଗାମୀ ୬ ବର୍ଷ ପାଇଁ ୩୫.୨୧୯ କୋଟି ଟଙ୍କା ଦିଆଯିବ।
- ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯିବ।

















