ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ଆକ୍ସନ ମୋଡ୍‌କୁ ଓହ୍ଲାଇଛି ଦିଲ୍ଲୀ ପୋଲିସ। ହିଂସା ପାଇଁ ଲୋକଙ୍କୁ ଉସକାଇଥିବା ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ପୋଲିସ ଖୋଜୁଛି। ଏବେ ଫେରାର ଥିବା ଦୀପ୍‌ ସିଦ୍ଧୁଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ଏଥସହିତ ଅନ୍ୟ ୩ ଜଣଙ୍କ ନାଁରେ ବି ପୁରସ୍କାର ରାଶି ଘୋଷଣା କରାଯାଇଛି।

ଦିଲ୍ଲୀରେ ହିଂସାକାଣ୍ଡ ପାଇଁ ଲୋକଙ୍କୁ ଉସକାଇବା ସହିତ କୃଷକଙ୍କ ରାଲିକୁ ଲାଲକିଲ୍ଲା ଆଡକୁ ନେବାରରେ ଦୀପ ସିଦ୍ଧୁଙ୍କ ଭୂମିକା ଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ଅଭନେତା ଦୀପ ସିଦ୍ଧୁ ଫେରାର ଅଛନ୍ତି। ସୋସିଆଲ ମିଡିଆ ଜରିଆରେ ସଫେଇ ମଧ୍ୟ ଦେଇଛନ୍ତି।

ଦୀପ ସିଦ୍ଧୁ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ୨୦୧୫ରେ ତାଙ୍କର ପ୍ରଥମ ଫିଲ୍ମ ‘ରମତା ଯୋଗୀ’ ଆସିଥିଲା। ଏକାଧିକ ପଞ୍ଜାବୀ ଫିଲ୍ମରେ ସେ ନେଗେଟିଭ ରୋଲ କରିଛନ୍ତି।

ଯେତେବେଳେ ୨୦୧୯ରେ ବିଜେପି ଟିକେଟରେ ପଞ୍ଜାବ ଗୁରଦାସପୁରରୁ ନିର୍ବାଚନ ଲଢୁଥିବା ସନ୍ନି ଦେଓଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ଏବେ ସେହି ଫଟୋ ଭାଇରାଲ ହେବା ପରେ ଦୀପ୍‌ ବିଜେପି ଓ ସେ ଜାଣିଶୁଣି ଏଭଳି କରିଥିବା କହିଥିଲେ ଚାଷୀ ନେତା ରାକେଶ ଟିକାୟତ।

LEAVE A REPLY

Please enter your comment!
Please enter your name here