ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଛି ୭୫ ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ରାଜ୍ୟପାଳ ରଘୁବର ଦାସ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆୟୋଜିତ ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ୍ ଅଧିକାରୀ ଏ ବି ଶିଳ୍ପା। ପରେଡରେ ମୋଟ ୬୪ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ଆଇବିପି, ସିଆରପିଏଫ, ବିଏସଏଫ, ଫାୟାର, ଓଡ୍ରାଫ, ଓଡ଼ିଶା ହୋମଗାର୍ଡ, ସିଆରପିଏଫ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ୪ଟି ସଂସ୍କୃତିକ ଦଳ, ସ୍କେଟିଂ, ଡେୟାରଡେଭିଲ୍ସ ମଧ୍ୟ ପରେଡ ସାମିଲ ହୋଇ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଉତ୍ସବ ପାଳନ ଅବସରରେ ଗଡ଼ିଥିଲା ପ୍ରଜ୍ଞାପନ ମେଢ଼। ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଏହି ମେଢ଼ ଆୟୋଜିତ ହୋଇଛି। ରାଜ୍ୟ ସରକାରଙ୍କର ୧୨ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ ୧୩ଟି ମେଢ଼ ଗଡ଼ିଥିଲା। ଏହି ଅବସରରେ ବିଭିନ୍ନ ଲୋକନୃତ୍ୟ ଏବଂ କଳା ପ୍ରଦାର୍ଶନ କରାଯାଇଥିଲା।

ମହାତ୍ମା ଗାନ୍ଧୀ ମାର୍ଗରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ବିଭିନ୍ନ ରାଙ୍କର ୧୬୦ ଅଧିକାରୀ, ୩୦୦ କନଷ୍ଟେବଳ, ୯୦ ସେକ୍ସନ ଫୋର୍ସ ଏବଂ ୧୫୦ ହୋମଗାର୍ଡ ନିୟୋଜିତ ଅଛନ୍ତି।

ସେହିଭଳି କ୍ୟୁଆରଟି, ଏଟିଏସ, ବମ୍ ଡିସ୍ପୋଜାଲ ସହ କାନାଇନ ସ୍କ୍ଵର୍ଡ ମୁତୟନ ହୋଇଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟର ନଲ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tags: #India #RepublicDay #75thRepublicDay #RepublicDayCelebration #Odisha #MahatmaGandhiMarga

Comment