ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ରାଜ୍ୟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ଟିକାକରଣରେ ସାମିଲ ହୋଇଛନ୍ତି। କଟକ ଜବାହରଲାଲ୍‌ ଇନଡୋର ଷ୍ଟାଡିୟମଠାରେ ତାଙ୍କୁ ଟିକା ଦିଆଯାଇଛି। ତାଙ୍କଠାରୁ ହିଁ ପୋଲିସ କର୍ମଚାରୀଙ୍କ ଟିକାକରଣ ପକ୍ରିୟା ଆରମ୍ଭ ହୋଇଛି। ଟିକା ନେବା ପରେ ଡିଜିପି ଅଭୟ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି।

ଅନ୍ୟପଟେ ଟିକା ନେବା ପରେ ସେ ଟିକାକରଣକୁ ପ୍ରଶଂସା କରିବା ସହିତ ଅନ୍ୟମାନଙ୍କୁ ଟିକା ନେବାକୁ ଆଗେଇ ଆସିବାକୁ କହିଛନ୍ତି।

କଟକ ଜିଲ୍ଲାରେ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକାଦାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଇଣ୍ଡୋର ଷ୍ଟାଡିୟମରେ ଡିଜିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଟିକାକରଣରେ ସାମିଲ ହୋଇଛନ୍ତି। ଏଠାରେ ଆଜି ୨୦୦ ଜଣଙ୍କୁ ଟିକା ଦିଆଯିବ।

ଆଜିଠୁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, କର୍ମୀ, ପୋଲିସ ଡିଜି, ଏସ୍‌ପି, ଜିଲ୍ଲାପାଳ ଟିକା ନେଉଛନ୍ତି। ଟିକା ନେବା ପରେ ନିଜ ଫଟୋ ଟୁଇଟରରେ ପୋଷ୍ଟ କରୁଛନ୍ତି।

Comment