ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସ୍କୁଟି ଚଳାଇ ଟ୍ରାଫିକ ପୋଲିସ ହାତରେ ଧରାପଡ଼ିଲେ ନାବାଳକ। ଫଳରେ ତାଙ୍କ ନାଁରେ ୩୫ ହଜାର ଟଙ୍କାର ଚାଲାଣ କଟାଯାଇଛି। ପୁରୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆପାଟଣା ଲେନର ଡ଼ାକ୍ତରଖାନା ଛକରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ନାବାଳକ ଜଣକ ସ୍କୁଟି ନେଇ ଡାକ୍ତରଖାନା ଛକ ଦେଇ ଯାଉଥିଲେ। ଏହି ସମୟରେ ଟ୍ରାଫିକ ଏଏସଆଇ ବିଜୟ ପାଇକ ରାୟ ନାବାଳକକୁ ଅଟକାଇ ପଚରାଉଚରା କରିବା ପରେ ସେ ଜଣେ ନାବାଳକ ଥିବା ଜଣାପଡ଼ିଥିଲା। ବେଆଇନ ଭାବେ ଗାଡ଼ି ଚଳାଉଥିବାରୁ ନାବାଳକଙ୍କ ଗାଡ଼ିକୁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏଏସଆଇ ସୁଶାନ୍ତ ପାତ୍ରଙ୍କୁ ଜିମା ଦେଇଥିଲେ।

ସେ ଗାଡିକୁ ଜବତ କରିବା ସହ ଜରିମାନା ବାବଦରେ ୩୫ ହଜାର ଟଙ୍କା ଦେବା ପରେ ହିଁ ଗାଡ଼ି ଫେରି ପାଇବେ ବୋଲି ଜଣାପଡ଼ିଛି।

ପୁରୀ ସହର ଟ୍ରାଫିକ ପୋଲିସ ଓ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ କଟକଣାକୁ ନେଇ ବିଶେଷ ତତ୍ପରତା ପ୍ରକାଶ ପାଇଛି। ସହରରେ ବେଆଇନ ଭାବେ ଗାଡ଼ି ଚଳାଇବା ଅଭିଯୋଗରେ ନାବାଳକମାନଙ୍କୁ ଧରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି।

Comment