ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅନଲାଇନ ଆବେଦନର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ହେବାକୁ ଥିବା ପରୀକ୍ଷା ସକାଶେ ଅନଲାଇନ ରେଜିଷ୍ଟ୍ରେସନ, ଫି ପୈଠ ଓ ଦରଖାସ୍ତ ଦାଖଲ ଏବେ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇପାରିବ।

ଓପିଏସସି ପକ୍ଷରୁ କୁହାଯାଇଛି ଯେ ଟେକନିକାଲ ଟିମର ସୂଚନା ଅନୁଯାୟୀ,କେତେକ ବୈଷୟିକ କାରଣରୁ ଅନେକ ଆଶାୟୀ ଠିକ ସମୟରେ ଅନଲାଇନ ଆବେଦନ କରି ପାରିନାହାନ୍ତି।

ଏଣୁ କମିସନ ତାରିଖ ଘୁଞ୍ଚାଇବା ପାଇଁ ସ୍ଥିର କରିଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଫେବ୍ରୁଆରୀ ୨୧ପର୍ଯ୍ୟନ୍ତ ଅନଲାଇନ ରେଜିଷ୍ଟ୍ରେସନ ଓ ଫି ଦାଖଲ ହୋଇ ପାରିବ। ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଅନଲାଇନ ଦରଖାସ୍ତ ଗ୍ରହଣ କରାଯିବ।

Comment