ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତୈଳ ଦର ବୃଦ୍ଧିକୁ ବିରୋଧ ସହ ଏକାଧିକ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ସକାଳ ୭ଟାରୁ ଦିନ ଗାଡ଼ି ମୋଟର, ଦୋକାନ ବଜାର ବନ୍ଦ ରହିଛି। ଏହାସହିତ କଂଗ୍ରେସ କର୍ମୀ ବିଭିନ୍ନ ସହରରେ ରାସ୍ତା ଓ ରେଳରୋକ କରିଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନ୍, ସତସଙ୍ଗ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ସମେତ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରସ କର୍ମୀମାନେ ପିକେଟିଂ କରୁଛନ୍ତି। ଏନଏଚରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ, ଶହ ଶହ ଗାଡ଼ି ଅଟକ ରହିଛି।

ସେହିପରି କଟକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଲିଙ୍କରୋଡ୍‌ରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯେଉଁ ଲୋକ ଗାଡ଼ି ନେଇ ଆସିଥିଲେ ସେମାନଙ୍କୁ ଚକଲେଟ ଦେଇ କଂଗ୍ରେସ କର୍ମୀ ଫେରିଯିବାକୁ କହୁଛନ୍ତି।

ଅନ୍ୟପଟେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱା‌ନ ଦେଇଛନ୍ତି। ବାଲେଶ୍ୱର, ବ୍ରହ୍ମପୁର ସମେତ ଅନ୍ୟ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Comment