ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣି । ସୀମାରେ ତିନୋଟି ଗାଁକୁ ନେଇ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କର ମଧ୍ୟରେ ବିବାଦ ଲାଗିରହିଛି । ନିକଟରେ ସେହି ଗାଁ ମାନଙ୍କରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।

ଇତି ମଧ୍ୟରେ ଏହି ଗାଁ, ତଳଗଞ୍ଜପଦର, ଫତୁସେନେରୀ ଓ ଫଗୁଣସେନେରୀର ସମସ୍ତ କାଗଜ ପତ୍ର ଦାଖଲ କରିବା ପାଇଁ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସବୁ କାଗଜ ପତ୍ର ତୁରନ୍ତ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ଆଡ଼ଭୋଜେଟ ଅନ ରେକର୍ଡ ଶିବ ଶଙ୍କର ମିଶ୍ରଙ୍କ ସହ ବୁଧବାର ଦିନ ଓଡ଼ିଶା ସରକାରଙ୍କ ପକ୍ଷରୁ ଭିଡ଼ିଓ କନଫେରେନ୍ସ ଜରିଆରେ ସବୁ ବିଷୟ ଉତ୍ଥାପନ କରାଯିବ।

ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତରେ ଥିବା ତିନୋଟି ଗାଁ ତଳଗଞ୍ଜପଦର, ଫତୁସେନେରୀ ଓ ଫଗୁଣସେନେରୀକୁ ନିଜର ବୋଲି ଦାବି କରୁଛନ୍ତି। ଏହି ତିନିଟି ଗାଁ ସାଲୁର ବ୍ଲକରେ ଆସୁଛି। କିନ୍ତୁ ଓଡ଼ିଶା ସରକାର ଏହାକୁ ବିରୋଧ କରିଛନ୍ତି।

Comment