ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖା ଦେଇଛି । ଗୃହରେ ହଙ୍ଗାମା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଚାଷୀ ଓ ଧାନମଣ୍ଡି ସମସ୍ୟାକୁ ନେଇ ସ୍ୱର ଉଠାଇଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଆଜି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରି ନାହିଁ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ଼ ଧରି ନାରାବାଜି ଦେଇଥିଲେ ।

ଗୁରୁବାର ବିଧାନସଭା ଆରମ୍ଭ ଦିନରେ ବିରୋଧୀମାନଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହକୁ ଶୁକ୍ରବାର ଦିନ ୧୦.୩୦ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ବଜେଟ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣ ପରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳକୁ ଯାଇ ପ୍ରତିବାଦ କରିଥିଲେ ।

Comment