ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଶୁଭପଲ୍ଲବ ପକ୍ଷରୁ ଶିଶୁ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ ଶିଶୁରାଇଜ’ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ଭାବେ କବି ଡାକ୍ତର ତୃପ୍ତି ରଞ୍ଜନ ଦାଶ ରବିବାର ଏକ ଭର୍ଚୁଆଲ ଉତ୍ସବ ଜରିଆରେ ଏହାକୁ ଉନ୍ମୋଚନ କରିଛନ୍ତି।

“ଆମ ମାତୃଭାଷାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବା ଆବଶ୍ୟକ। ତେଣୁ ମାତୃଭାଷା ମାଧ୍ୟମରେ ହିଁ ଛୋଟ ଛୋଟ ପିଲାମାନଙ୍କ ପାଖରେ ଆମର ବଳିଷ୍ଠ ଭାଷା, ସଂସ୍କୃତି ତଥା ପରମ୍ପରାକୁ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ ଅଟେ”, କହିଛନ୍ତି ଡାକ୍ତର ତୃପ୍ତି ରଞ୍ଜନ ଦାଶ।ଶିଶୁ ସାହିତ୍ୟ ପତ୍ରିକା ‘ଶୁଭପଲ୍ଲବ ଶିଶୁରାଇଜ’ ଶୁଭପଲ୍ଲବର ପ୍ରଥମ ସଂସ୍କରଣ। ପଲ୍ଲବୀ ପୂଜାପଣ୍ଡା ଏହାକୁ ସମ୍ପାଦନା କରଥିବା ବେଳେ ଏଥିରେ ମୋଟ୍ ୧୮ଟି କବିତା ଏବଂ କାହାଣୀ ରହିଛି।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶୁଭପଲ୍ଲବ ତେଲୁଗୁ ପୋର୍ଟାଲର ସମ୍ପାଦକ ରାଜ ଶେଖର ଚିମା, ଲେଖିକା ସଂଗୀତା ସେଠି, ଲେଖକ ଦୀପକ ଷଡ଼ଙ୍ଗୀ, ତାପସ ରଞ୍ଜନ ପ୍ରମୁଖ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ପରିଚାଳନା କରିଥିବା ବେଳେ ସମ୍ପାଦିକା ପଲ୍ଲବୀ ପୂଜାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ପତ୍ରିକାଟି ଶୁଭପଲ୍ଲବ ଶିଶୁରାଇଜ ୱେବ୍‌ସାଇଟ୍ ସମେତ ବିଶ୍ୱସ୍ତରୀୟ ରିଡିଂ ପ୍ଲାଟଫର୍ମ ମାଗ୍‌ଜ୍‌ଟର୍‌ରେ ଉପଲବ୍ଧ ହେଉଛି।

Comment