ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ତଥା ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ୀ’ର ଟିଜର ରିଲିଜ ହୋଇଛି। ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀଙ୍କ ଜନ୍ମ ଦିନ ଅବସରରେ ବୁଧବାର ଏହାର ଟିଜର ରିଲିଜ କରାଯାଇଛି। ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ୀ’ ଏକ ମହିଳାଙ୍କ ରିଅଲ ଲାଇଫ ଉପରେ ଆଧାରିତ ଫିଲ୍ମ। ଏହି ଫିଲ୍ମରେ ଗଙ୍ଗୁବାଈ ଭୂମିକାରେ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି ନାୟିକା ଆଲିଆ ଭଟ୍ଟ। ଫିଲ୍ମଟି ଆସନ୍ତା ଜୁଲାଇ ୩୦ ରେ ରିଲିଜ ହେବାକୁ ଯାଉଛି। ଫିଲ୍ପଟିର ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀ ଥିବାବେଳେ, ଏହାର ପ୍ରଜୋଜକ ରହିଛନ୍ତି ଜୟନ୍ତୀଲାଲ ଗଢ଼ା। ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଖୋଦ୍ ନିର୍ଦ୍ଦେଶକ ସଞ୍ଜୟ ଲୀଲାଭଂସାଲୀ ଏବଂ ଉତ୍କର୍ଷିଣୀ ବଶିଷ୍ଠ।

ଗଙ୍ଗୁବାଈ କିଏ? ଗଙ୍ଗୁବାଈ ଥିଲେ ମୁମ୍ବାଇର ଜଣେ ମହିଳା ମାଫିଆ। ତାଙ୍କ ନା ଶୁଣିଲେ ବଡ଼ ବଡ଼ ଅପରାଧୀ ଡରୁଥିଲେ। କିନ୍ତୁ ସେ ଗରିବ ଓ ଶ୍ରମିକମାନଙ୍କ ପାଇଁ ଭଗବାନଙ୍କଠାରୁ କମ୍ ନଥିଲେ। ଗୁଜୁରାଟଠାରୁ ମୁମ୍ବାଇ ଯାତ୍ରା ଗଙ୍ଗୁବାଈଙ୍କ ଜୀବନରେ ଆଣିଥିଲା ବଡ଼ ପରିବର୍ତ୍ତନ। ଗଙ୍ଗୁବାଈଙ୍କ ଅସଲି ନାମ ଗଙ୍ଗା ହିର ଜୀବନ ଦାସ ଥିଲା। ୧୬ ବର୍ଷ ବୟସରେ ସେ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କ ସହ ମୁମ୍ବାଇରେ ରହୁଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଗଙ୍ଗୁବାଈଙ୍କ ସହ ଧୋକା କରି, ତାଙ୍କୁ ମୁମ୍ବାଇର କାମାଠିପୁରରେ ଥିବା ଏକ କୋଠାକୁ ମାତ୍ର ୫ ଶହ ଟଙ୍କାରେ ବିକି ଦେଇଥିଲେ। ଥରେ ସେହି କୋଠାକୁ କରିମ ଲାଲା ନାମକ ଏକ ମାଫିଆର ସହଯୋଗୀ ଆସି ଗଙ୍ଗୁବାଈଙ୍କ ସହ ଖରାପ ବ୍ୟବହାର କରିଥିଲା। ଏହାର ନ୍ୟାୟ ପାଇବା ପାଇଁ ଗଙ୍ଗୁବାଈ କରିମ ଲାଲା ପାଖକୁ ଗଲେ। କରିମ ଲାଲର ନ୍ୟାୟରେ ପ୍ରଭାବିତ ହୋଇ, ଗଙ୍ଗୁବାଈ ତାଙ୍କ ମଧ୍ୟରେ ଭାଇ-ଭଉଣୀର ସମ୍ପର୍କ ଗଢ଼ି ଉଠିଲା। ପରବର୍ତ୍ତୀ ସମୟରେ କରିମ ଲାଲା ଗଙ୍ଗୁବାଈଙ୍କୁ କାମାଠିପୁର ଇଲାକାର ଦାୟିତ୍ୱ ଦେଲେ। ଏହି ଇଲାକାରେ କାମ କରୁଥିବା ସମସ୍ତ ମହିଳା ଓ ଶିଶୁଙ୍କ ପାଇଁ ଗଙ୍ଗୁବାଈ ବହୁତ କାମ କରିଥିଲେ। ଏଥିପାଇଁ ସେହି ଇଲାକାରେ ଗଙ୍ଗୁବାଈଙ୍କୁ ସମ୍ମାନ ମଧ୍ୟ କରୁଥିଲେ। କିନ୍ତୁ ଆଇନ ଆଖିରେ ଗଙ୍ଗୁବାଈ ହେଉଛନ୍ତି ଜଣେ ମାଫିଆ।

Comment