ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢୀ) : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓ ତାଙ୍କ ପତ୍ନୀ ସୁପ୍ରଭା ହରିଚନ୍ଦନ ମଙ୍ଗଳବାର କରୋନା ଟିକା ନେଇଛନ୍ତି। ବିଜୟୱାଡା ସରକାରୀ ଡାକ୍ତରଖାନାରେ ଉଭୟଙ୍କୁ ଭାରତ ବାୟୋଟେକର କୋଭାକ୍ସିନ ଟିକା ଦିଆଯାଇଛି। ଡାକ୍ତରଖାନାର ଅଧୀକ୍ଷକ ଡକ୍ଟର କେ ଶିବଶଙ୍କର ଏହି ଟିକାକରଣର ତଦାରଖ କରିଥିଲେ। ଆସନ୍ତା ମାର୍ଚ୍ଚ ୩୦ରେ ରାଜ୍ୟପାଳ ଓ ତାଙ୍କ ପତ୍ନୀ ଦ୍ୱିତୀୟ ଡୋଜ୍‌ ଟିକା ନେବେ।

ଟିକା ନେବା ପରେ ରାଜ୍ୟପାଳ କହିଛନ୍ତି, ‘‘ଟିକା ନେବା ବେଳେ କିଛି ଅସୁବିଧା ହୋଇନାହିଁ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଟିକା ବାହାର କରିଥିବାରୁ ଭାରତର ବୈଜ୍ଞାନିକ ଓ ଡାକ୍ତରଙ୍କୁ ଧନ୍ୟବାଦ’’।

ସେହିପରି ରାଜ୍ୟପାଳ ଅନ୍ୟମାନଙ୍କୁ ବି ଟିକା ନେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି,‘‘ ବିନା ଦ୍ୱିଧାରେ କରୋନା ଟିକା ନେବା ପାଇଁ ସମସ୍ତେ ଆଗକୁ ଆସିବା ଉଚିତ’’।

ଆନ୍ଧ୍ରପ୍ରଦେଶରେ ୪୩୨ଟି ସରକାରୀ ହସ୍ପିଟାଲରେ ଟିକାକରଣ ହେଉଥିଲା ବେଳେ ୩୨ଟି ଘରୋଇ ହସ୍ପିଟାଲରେ ଟିକା ଦିଆଯାଉଛି।

Comment