ଓଡ଼ିଶାଲାଇଭ୍‌ ବ୍ୟୁରୋojee exam

ବିଳାସପୁରଠାରେ ଥିବା ରେଲୱେ ରିକ୍ର୍ୟୁଟମେଣ୍ଟ ବୋର୍ଡ(ଆର୍‌ଆର୍‌ବି) ପକ୍ଷରୁ ହେବାକୁ ଥିବା ପରୀକ୍ଷା ପାଇଁ ଯେଉଁ ପ୍ରାର୍ଥୀ ଭୁବନେଶ୍ୱର ଆସିବେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମାର୍ଚ୍ଚ ୩ ତାରିଖରୁ ଆରଆରବି ପରୀକ୍ଷା ଆରମ୍ଭ ହେଉଛି, ଏହି ପରୀକ୍ଷା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପରୀକ୍ଷା ପାଇଁ ପ୍ରାୟ ୧୧ ହଜାର ପିଲା ଭୁବନେଶ୍ୱର ଆସିବେ। ଏଣୁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା କଷ୍ଟ। ସେହି ଦୃଷ୍ଟିରୁ ଏହି ନିୟମକୁ କୋହଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାପାଳ, ମୁନିସିପାଲ କମିସନର, ଭୁବନେଶ୍ୱର ଓ ଝାରସୁଗୁଡା  ବିମାନବନ୍ଦର କର୍ତୃପକ୍ଷ ଓ ପୂର୍ବତଟ ରେଳବାଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁମାନେ ଆରଆରବି ପରୀକ୍ଷା ଆଡମିଟ୍‌ କାର୍ଡ଼ ଦେଖାଇବେ ସେମାନଙ୍କ ପ୍ରତି କ୍ୱାରେଣ୍ଟାଇନ କଟକଣା ଲାଗୁ ହେବ ନାହିଁ। ତେବେ ପରୀକ୍ଷା ସମୟରେ କୋଭିଡ ନିୟମ କଡ଼ାକଡ଼ି ମାନିବାକୁ ପ୍ରାର୍ଥୀ ମାନଙ୍କୁ କୁହାଯାଇଛି।

Comment