ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜୀବନଶୈଳୀ ଓ ଅଭ୍ୟାସରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ନଚେତ୍ ଏହାଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ଆଶଙ୍କା ରହିଛି। କାରଣ କେତେକ କ୍ଷେତ୍ରରେ ବାୟୁ ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଏହାର ତୁରନ୍ତ ପ୍ରଭାବ ପଡ଼ୁଥିଲା ବେଳେ ଆଉ କେତେକ କ୍ଷେତ୍ରରେ ତାହା ଗମ୍ଭୀର ସମସ୍ୟାର ରୂପ ନେଇଥାଏ।

ତୁରନ୍ତ ପ୍ରଭାବ

  • ବାରମ୍ବାର ଛିଙ୍କ ଲାଗିବା, ଅଣନିଶ୍ୱାସୀ ଲାଗିବା।
  • ଆଖି, ନାକ,  ଗଳାରେ କଷ୍ଟ ଅନୁଭବ ହେବା।
  • କାଶ ଲାଗିବା।
  • ଦେହହାତ କୁଣ୍ଡାଇ ହେବା, ଲାଲ ପଡ଼ିବା।

ଦୀର୍ଘସ୍ଥାୟୀ ପ୍ରଭାବ

  • ସ୍ନାୟୁଗତ ଦୁର୍ବଳତା
  • ହୃଦରୋଗ
  • ଆଜ୍‌ମା
  • କ୍ୟାନସର

କେମିତି କମିବ ବାୟୂ ପ୍ରଦୂଷଣ?

ଅଳ୍ପ ଦୂର ଯାତ୍ରା ପାଇଁ ଯାନ ବାହାନ ବ୍ୟବହାର ବଦଳରେ ପାଦରେ ଚାଲି ଚାଲି ଯାଆନ୍ତୁ। କିମ୍ବା ସାଇକେଲ ବ୍ୟବହାର କରନ୍ତୁ।

ପରିବେଶ ଅନୁକୂଳ ଯାନବାହାନ ବ୍ୟବହାର କରିବା ଓ ବ୍ୟକ୍ତିଗତ ଯାନ ବଦଳରେ ସାଧାରଣ ପରିବହନ ଯାନର ଉପଯୋଗ କରିବା।

ଗଛ ଲଗାଇବା ଅଭ୍ୟାସ କରିବା ଓ ଜଙ୍ଗଲ ସୁରକ୍ଷା କରିବା।

ଶକ୍ତିର ବିକଳ୍ପ ମାଧ୍ୟମ ଆପଣେଇବା।

ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, କିମ୍ବା ଆବର୍ଜନାକୁ ପୋଡ଼ି ଧୁଆ ସୃଷ୍ଟି କରନ୍ତୁ ନାହିଁ।

Comment