ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତାମିଲନାଡୁ ରାଜନୀତିରେ ଚର୍ଚ୍ଚିତ ଯୋଡ଼ି ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ ଶଶିକଳା।

ତାମିଲନାଡୁ ରାଜନୀତିରେ ଚର୍ଚ୍ଚିତ ନେତ୍ରୀ ଭି କେ ଶଶିକଳା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ସେ ଥିଲେ ଘନିଷ୍ଠ। ତେବେ ଶଶୀକଳାଙ୍କର ଯେ କେବଳ ଜୟଲଳିତାଙ୍କ ରାଜନୈତିକ ଗତିବିଧି ଓ ନିଷ୍ପତ୍ତି ଉପରେ ପ୍ରଭାବ ଥିଲା ତାହା ନୁହେଁ; ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ନିଷ୍ପତ୍ତି ପାଇଁ ଶଶିକଳାଙ୍କ ଉପରେ ନିର୍ଭରଶୀଳ ଥିଲେ ଜୟଲଳିତା। ଅବଶ୍ୟ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା, କିନ୍ତୁ ସମ୍ପର୍କ ଥିବା ପର୍ଯ୍ୟନ୍ତ ଅତି ଚମତ୍କାର ଥିଲା। ଉଭୟ ଏକାଠି ସାଂଗଠନିକ ନିଷ୍ପତ୍ତି ମଧ୍ୟ ନେଉଥିଲେ।

କୁହାଯାଏ ୧୯୯୬ରେ ଯେତେବେଳେ ଜୟଲଲିତା ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ଏହାପଛରେ ଶଶିକଳାଙ୍କର ଯଥେଷ୍ଟ ଭୂମିକା ଥିଲା। ଏମିତିକି ତାଙ୍କୁ ଏଆଇଏଡିଏମକେର ଗେମ୍‌ଚେଞ୍ଜର ବୋଲି କୁହାଯାଉଥିଲା। ଏବେ ଏହି ପ୍ରଭାବଶାଳୀ ନେତ୍ରୀ ଶଶିକଳା ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି।

ଜୟଲଳିତାଙ୍କ ସହିତ ଶଶିକଳାଙ୍କ ସମ୍ପର୍କ

ଶଶିକଳାଙ୍କ ଜନ୍ମ ୧୯୫୭ ମସିହାରେ ତାଙ୍କର ପ୍ରକୃତ ନାଁ ବିବେକାନନ୍ଦନ କ୍ରିଷ୍ଣାବେଣୀ ଶଶିକଳାସେ ୧୯୮୯ରୁ ୨୦୧୬ ପର୍ଯ୍ୟନ୍ତ ଜୟଲଳିତାଙ୍କର ପାଖରେ ରହୁଥିଲେ ଭି କେ ଶଶିକଳା ୧୯୮୦ରେ ଜୟଲଳିତାଙ୍କୁ ଭେଟିଥିଲେ ଜୟଲଳିତାଙ୍କ ପ୍ରଚାର ସଚିବ ଭାବେ ଶଶିକଳା କାର୍ଯ୍ୟ କରୁଥିଲେ। ବିଶେଷକରି ଦଳର ଭିଡିଓ ରେକର୍ଡିଂ ଓ ମଞ୍ଚ କାର୍ଯ୍ୟକ୍ରମର ଦାୟିତ୍ୱରେ ସେ ଥିଲେ। କ୍ରମଶଃ ଶଶିକଳା ଜୟଲଳିତାଙ୍କ ନିକଟବର୍ତ୍ତୀ ହୋଇଥିଲେ। ଶଶିକଳାଙ୍କୁ ଏଆଇଏଡିଏମକେର ସୁପ୍ରିମୋ ଜୟଲଳିତାଙ୍କୁ ସବୁଠୁ ଘନିଷ୍ଠ କୁହାଯାଉଥିଲା। ଏମିତିକି ଶଶିକଳାଙ୍କୁ ଆମ୍ମାଙ୍କୁ ଛାଇ କହୁଥିଲେ ଲୋକେ। ଉଭୟଙ୍କ ବନ୍ଧୁତା ପ୍ରାୟ ୨୪ ବର୍ଷ ଯାଏଁ ଚାଲିଥିଲା। ଏହି ୨୪ ବର୍ଷ ମଧ୍ୟରେ ଜୟଲଳିତା ଓ ଶଶିକଳାଙ୍କ ମଧ୍ୟରେ ବହୁତ ଥର ମନାନ୍ତର ମତାନ୍ତର ହୋଇଛି। ୨୦୧୧ ଶଶିକଳା ସ୍ଲୋ ପଏଜନ ଦେଇ ଆମ୍ମାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ତାଙ୍କ ସ୍ୱାମୀ ନଟରାଜନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।

ଜୟଲଲିତାଙ୍କ ମୃତ୍ୟୁ ପରେ…

ଡିସେମ୍ବର ୩୧, ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁପରେ ପରେ ଶଶିକଳା ଏଆଇଏଡିଏମକେର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଏମିତିକି ଜୟଳଳିତାଙ୍କ ମୃତ୍ୟୁପରେ ଶଶିକଳା କ୍ଷମତାର ମୁକୁଟ ପିନ୍ଧିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କାରଣ ଶଶିକଳା କେବଳ ଜୟଳଳିତାଙ୍କ ବାନ୍ଧବୀ ନଥିଲେ ରାଜନୈତିକ ଓ ବ୍ୟକ୍ତି ଜୀବନରେ ବି ସେ ଆମ୍ମାଙ୍କ ବଡ଼ ସମର୍ଥକ ଥିଲେ। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଜଣେ ବନ୍ଧୁର ସବୁ କର୍ତ୍ତବ୍ୟ କରିଥିଲେ। କିନ୍ତୁ ଆମ୍ମାଙ୍କ ମୃତ୍ୟୁର ମାତ୍ର କିଛି ଦିନ ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସେ ଗିରଫ ହୋଇଥିଲେ।

ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା। ଯାହାପରେ ତାଙ୍କୁ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା। ସୁପ୍ରିମକୋର୍ଟ ଭି କେ ଶଶିକଳାଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପରେ କେ ପଲାନିସ୍ୱାମୀ ପାର୍ଟିର ବିଧାୟକ ନେତା ଭାବେ ବଛା ଯାଇଥିଲେ। ୨୦୧୭ ଫ୍ରେବୁଆରି ୧୬ରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୪ ବର୍ଷ ପରେ ଜେଲରୁ ମୁକୁଳିଥିଲେ?

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କ ଘନିଷ୍ଠ ସହଯୋଗୀ ଭି କେ ଶଶିକଳା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୨୦୧୭ରେ ଗିରଫ ହୋଇଥିଲେ। ଗିରଫ ହେବା ପରେ ବେଙ୍ଗାଳୁରୁର ପାରପନ୍ନା ଆଗ୍ରାହାରା ସେଣ୍ଟ୍ରାଲ ଜେଲରେ ସେ ଥିଲେ। କରୋନାରେ ସଂକ୍ରମଣ ହେବା ପରେ ସେ ଗତ ଜାନୁଆରି ୨୭ ତାରିଖରେ ଜେଲରୁ ମୁକୁଳିଥିଲେ। ଜେଲରେ ମୁକୁଳିବା ପରେ ସମର୍ଥକମାନଙ୍କ ଭିତରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା।

ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମ୍‌କେରୁ ବହିଷ୍କୃତ ନେତ୍ରୀ ଭି କେ ଶଶିକଳା ଆଜି ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ଶଶିକଳା ବୁଧବାର ଏ ସଂକ୍ରାନ୍ତରେ ଘୋଷଣା କରି କହିଛନ୍ତି ଯେ ତାଙ୍କର କ୍ଷମତା ଲୋଭ ନାହିଁ ଏବଂ ସେ ରାଜନୀତିରେ ରହିବେ ନାହିଁ। ତେବେ ଏମ୍‌କେ ଷ୍ଟାଲିନ୍‌ଙ୍କ ଦଳ ଡିଏମ୍‌କେକୁ ହରାଇବା ପାଇଁ ଏଆଇଏଡିଏମ୍‌କେ ଏକଜୁଟ ହୋଇ ଲଢ଼େଇ କରିବାକୁ ସେ କହିଛନ୍ତି।

ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଜେଲରୁ ମୁକୁଳି ଥିବା ଭି କେ ଶଶିକଳାଙ୍କୁ କେନ୍ଦ୍ର କରି ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇବା ସହ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆଲୋଚନା ଚାଲିଥିଲା। ଏଆଇଏଡିଏମ୍‌କେରେ ଦଳ ମଧ୍ୟରେ ମଧ୍ୟ ତାଙ୍କର ଯଥେଷ୍ଟ ଦବଦବା ରହିଥିଲା। ଏଥର ନିର୍ବାଚନରେ ତାଙ୍କର କ’ଣ ଭୂମିକା ରହିବ ବୋଲି ମଧ୍ୟ ଆଲୋଚନା ହେଉଥିଲା। ହେଲେ ସମସ୍ତଙ୍କୁ ଚକିତ କରି ହଠାତ ଶଶିକଳା ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି।

ତାମିଲନାଡୁ ରାଜନୀତିରେ ଡିଏମକେ ଓ ଏଆଇଏଡିଏମକେ

ଏପ୍ରିଲ ୬ରେ ତାମିଲାନାଡୁରେ ନିର୍ବାଚନ ହେବ। ତେବେ ଦୁଇଟି ଦଳ ଡିଏମକେ ଓ ଏଆଇଏଡିଏମକେ ଭିତରେ କ୍ଷମତା ଯୁଦ୍ଧ ଦେଖିବାକୁ ମିଳିବ। ଜୟଲଳିତାଙ୍କ ସମୟରେ ଏଆଇଏଡିଏମକେ ଏଠାରେ ଲଗାତାର ଭାବେ ଜିତିଆସୁଥିଲା। କିନ୍ତୁ ତାଙ୍କର ବିୟୋଗ ପରେ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଭାରି ପରାଜୟ ଭୋଗିଛି।

Comment