ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ରିଆଲିଟି ସୋ’ରୁ ଆସି ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ଏଲିନା ସାମନ୍ତରାୟ

ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ଏକ ନାୟିକା ଖୋଜା ଅଭିଯାନ ଉପରେ ଆଧାରିତ ସୋ’। ଏହାର ନାଁ ଥିଲା ‘କିଏ ହବ ମୋ ହିରୋଇନ୍’। ଏହି ରିଆଲିଟି ସୋ’ ମାଧ୍ୟମରେ ନିଜେ ଫିଲ୍ମର ନାୟକ ଅରିନ୍ଦମ୍ ନିଜର ନୂଆ ସିନେମା ‘ଇସ୍କ ତୁ ହି ତୁ’ର ନାୟିକାଙ୍କୁ ମନୋନିତ କରିଥିଲେ। ‘କିଏ ହବ ମୋ ହିରୋଇନ’ର ପ୍ରଥମ ସିଜିନ୍‌ରେ ବିଜୟିନୀ ହୋଇଥିଲେ ଏଲିନା। ‘ଇସ୍କ ତୁ ହି ତୁ’ ଜରିଆରେ ଓଲିଉଡ଼ରେ ଏଣ୍ଟ୍ରି ନେଇଥିବା ଏଲିନା ଆଜିକାର ଜଣେ ଟପ୍ ହିରୋଇନ୍। ସେ ଇତିମଧ୍ୟରେ ନଅଟି ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’, ‘କେହି ନୁହେଁ କାହାର’, ‘ଜଗା ହାତରେ ପଘା’, ‘ଲଭ୍ ଷ୍ଟେସନ’, ‘ଝିଅଟା ବିଗିଡିଗଲା’, ‘ଅଭୟ’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘କାବୁଲା ବାରବୁଲା’ ଓ ‘ହାପି ଲକି’ରେ ଅଭିନୟ କରିସାରିଲେଣି।

ସୂର୍ଯ୍ୟମୟୀ

ଏହି ଗ୍ଲାମରସ୍ ନାୟିକା ଜଣକ ସାର୍ଥକ ଟିଭିରେ ପ୍ରସାରିତ ଟ୍ୟାଲେଣ୍ଟ ହଣ୍ଟ୍ ସୋ’ ‘ମୁଁ ବି ହିରୋଇନ୍ ହେବି’ରେ ଟପ୍ ଫାଇନାଲିଷ୍ଟ୍ ହୋଇଥିଲେ। ଏହା ପରେ ସୂର୍ଯ୍ୟମୟୀଙ୍କୁ ମିଳିଥିଲା ସାର୍ଥକ ମ୍ୟୁଜିକ୍ ନିବେଦିତ ତଥା ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ଭଲ ପାଏ ତତେ ୧୦୦ରୁ ୧୦୦’। ଏହି ଫିଲ୍ମରେ ସୂର୍ଯ୍ୟମୟୀଙ୍କୁ ବିପକ୍ଷରେ ନାୟକ ଥିଲେ ବାବୁସାନ୍। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ ତାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ।

ତମନ୍ନା

‘କିଏ ହବ ମୋ ହିରୋଇନ’ ରିଆଲିଟି ସୋ’ରେ ଅଂଶଗ୍ରହଣ କରିଥିବା ତମନ୍ନା, ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଶୁଭ ଦୃଷ୍ଟିରେ ପଡ଼ିଥିଲେ। ସଞ୍ଜୟ ହିଁ ତାଙ୍କ ନିର୍ଦ୍ଦେଶିତ ‘ଜୋକର’ରେ ଲଞ୍ଚ୍ କରିଥିଲେ। ହେଲେ ପରେ ‘ଭାଇନା, କ’ଣ କଲାରେ’ ହୋଇଥିଲା ତମନ୍ନାଙ୍କର ପ୍ରଥମ ସିନେମା। ଏହା ପରେ ସେ ‘ନିଝୁମ ରାତିର ସାଥୀ’ରେ ନଜର ଆସିଛନ୍ତି। ଓ୍ୱେବ ସିରିଜ ଚୁମ୍ବକ ପାଇଁ ତମନ୍ନା ବେଶୀ ଚର୍ଚ୍ଚିତ।

ନିହାରିକା

ନିହାରିକା  ଦାଶ ବି ଏମିତି ଜଣେ ନାୟିକା ଯିଏ ରିଆଲିଟି ସୋ ‘କିଏ ହବ ମୋ’ ହିରୋଇନ୍’ରୁ ତରଙ୍ଗ ସିନେ ପ୍ରଡକ୍ସନ ମାଧ୍ୟମରେ ଓଲିଉଡରେ ପାଦ ଦେଇଥିଲେ। ସେ ‘ତୁ କହିବୁ ନା ମୁଁ’ରେ ଅମ୍ଳାନଙ୍କ ନାୟିକା ସାଜିଥିଲେ।

ଦେବସ୍ମିତା

ସାର୍ଥକ ଟିଭିରେ ପ୍ରସାରିତ ‘ମୁଁ ବି ହିରୋଇନ୍ ହେବି’ ଟ୍ୟାଲେଣ୍ଟ ସୋ’ରୁ ଦେବସ୍ମିତା ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ରଘୁପତି ରାଘବ ରାଜାରାମ’ରେ ନାୟକ ଦେବାଶିଷଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏବେ ସେ ମେଗା ଧାରିବାହିକ ‘ତୋ ପାଇଁ ମୁଁ’ରେ ନଜର ଆସୁଛନ୍ତି।

ରୂପାଲି

‘ମୁଁ ବି ହିରୋଇନ୍ ହେବି’ର ଟ୍ୟାଲେଣ୍ଟ ସୋ’ରେ ଫାଇନାଲିଷ୍ଟ ହେବା ପରେ ରୂପାଲିଙ୍କୁ ମିଳିଥିଲା ଓଲିଉଡରେ। ସେ ‘ରଘୁପତି ରାଘବ ରାଜାରାମ’ ସିନେମାରେ ନାୟକ ପୁପିନ୍ଦରଙ୍କ ଅପୋଜିଟରେ ବ୍ରେକ୍ ପାଇଥିଲେ।

ସୁଶ୍ରୀ

ଠିକ୍ ସେହିପରି କିଏ ହବ ମୋ ହିରୋଇନ’ ରିଆଲିଟି ସୋ’ର ନାୟିକା ହେବାର ସୁଯୋଗ ପାଇଥିବା ଆଉ ଜଣେ ନାୟିକା ହେଲେ ସୁଶ୍ରୀ। ସେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ହେଲୋ’ ଫିଲ୍ମରେ ଓଲିଉଡରେ ଡେବ୍ୟୁ କରିଥିଲେ। ଏବେ ବିଭିନ୍ନ ଟେଲି ଧାରାବାହିକ ରେ ତାଙ୍କୁ ଦେଖିବାକୁ ମିଳୁଛି।

ସସ୍ମିତା

ତରଙ୍ଗ ଟିଭିରେ ପ୍ରସାରିତ ନାୟିକା ଖୋଜା ଅଭିଯାନ ‘କିଏ ହେବ ମୋ ହିରୋଇନ୍’ରେ ସାମିଲ୍ ହୋଇ ଏହି ସୋ’ରେ ବିଜୟିନୀ ହୋଇଥିଲେ ସସ୍ମିତା। ଏହା ପରେ ତାଙ୍କୁ ଓଲିଉଡର ଆଗଧାଡ଼ିର ନାୟକ ସମ୍ବିତଙ୍କ ବିପକ୍ଷରେ ‘ହାପିଲକି’ ସିନେମାରେ ନାୟିକା ହେବାର ସୁଯୋଗ ମିଳିଥିଲା।

Comment